ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ: ବାଧକ ସାଜିଲା ବର୍ଷା,ଭାରତ ୫୦/୨

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ବର୍ଷାଯୋଗୁଁ ମ୍ୟାଚ ମାତ୍ର ଗୋଟିଏ ଘଣ୍ଟା ଖେଳାଯାଇଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ମାତ୍ର ୧୫ଓଭର ବ୍ୟାଟିଂ କରି ୫୦ରେ ୨ଟି ୱିକେଟ୍ ହରାଇଛି। ଦଳପକ୍ଷରୁ ଚେତେଶ୍ୱର ପୂଜାରା ୪୨ ବଲରୁ ୧୯ ରନ ଓ ବିରାଟ କୋହିଲି ୩୪ ବଲରୁ ୧୪ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି। […]

India 50/2 after rain-hit first day of third Test vs Sri Lanka

Rakesh Mallick
  • Published: Friday, 28 August 2015
  • , Updated: 29 August 2015, 10:07 AM IST

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ବର୍ଷାଯୋଗୁଁ ମ୍ୟାଚ ମାତ୍ର ଗୋଟିଏ ଘଣ୍ଟା ଖେଳାଯାଇଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ମାତ୍ର ୧୫ଓଭର ବ୍ୟାଟିଂ କରି ୫୦ରେ ୨ଟି ୱିକେଟ୍ ହରାଇଛି। ଦଳପକ୍ଷରୁ ଚେତେଶ୍ୱର ପୂଜାରା ୪୨ ବଲରୁ ୧୯ ରନ ଓ ବିରାଟ କୋହିଲି ୩୪ ବଲରୁ ୧୪ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ ଲକେଶ ରାଉଲ ୨ବଲରୁ ୨ରନ ଓ ଆଜିଙ୍କ୍ୟ ରାହେଣେ ୧୩ ବଲରୁ ୮ ରନ କରି ପ୍ୟାଭିଲିୟନକୁ ଫେରିଯାଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଧମ୍ମିକା ପ୍ରସାଦ ୪ ଓଭରରେ ୧୬ ଦେଇ ଗୋଟିଏ ୱିକେଟ ଓ ନୁୱାନ୍ ପ୍ରଦୀପ ୬ ଓଭର ବୋଲିଂ କରି ୧୬ ରନ ବିନିମୟରେ ଗୋଟିଏ ୱିକେଟ ନେଇଥିଲେ।

Related story