ଦ୍ୱିତୀୟ ଟେଷ୍ଟରେ ଭାରତ-ଏ'ର ଦମଦାର ବିଜୟ

ପୋର୍ଟ ଅଫ୍ ସ୍ପେନ୍: ମୟଙ୍କ ଅଗ୍ରୱାଲଙ୍କ ସମେତ ଚାରିଣଜ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକକୁ ଆଧାର ଭାରତ-ଏ ଏଠାରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍-ଏ’କୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ସିରିଜର ତୃତୀୟ ତଥା ଶେଷ ଟେଷ୍ଟ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହେବ। ବ୍ୟାଟିଂ ପାଇଁ କଷ୍ଟକର ପିଚରେ ୱେଷ୍ଟଇଣ୍ଡିଜ୍-ଏ ଚତୁର୍ଥ ଇନିଂସରେ ଭାରତ-ଏ’କୁ ୨୭୮ ରନର ଟାର୍ଗେଟ୍ ଦେଇଥିଲା। ଏହି ଲକ୍ଷ୍ୟର ପିଛା […]

panchal

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 05:59 PM IST

ପୋର୍ଟ ଅଫ୍ ସ୍ପେନ୍: ମୟଙ୍କ ଅଗ୍ରୱାଲଙ୍କ ସମେତ ଚାରିଣଜ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକକୁ ଆଧାର ଭାରତ-ଏ ଏଠାରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍-ଏ'କୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ସିରିଜର ତୃତୀୟ ତଥା ଶେଷ ଟେଷ୍ଟ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହେବ।

ବ୍ୟାଟିଂ ପାଇଁ କଷ୍ଟକର ପିଚରେ ୱେଷ୍ଟଇଣ୍ଡିଜ୍-ଏ ଚତୁର୍ଥ ଇନିଂସରେ ଭାରତ-ଏ'କୁ ୨୭୮ ରନର ଟାର୍ଗେଟ୍ ଦେଇଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଭାରତ-ଏ'କୁ ପ୍ରିୟଙ୍କ ପାଞ୍ଚାଲ୍ ଓ ମୟଙ୍କ ଅଗ୍ରୱାଲ୍ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୫୦ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ। ପାଞ୍ଚାଲ୍ ୧୨୧ ବଲରେ ୯ ଚୌକା ଓ ୧ ଛକା ସହ ୬୮ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ମୟଙ୍କ ୮୧ (୧୩୪ ବଲ୍, ୧୦ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

କ୍ୟାପଟେନ୍ ହନୁମା ବିହାରୀ ମାତ୍ର ୧ ରନ୍ କରି ଆଉଟ୍ ହେବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। ତେବେ ଅଭିମନ୍ୟୁ ଈଶ୍ୱରନ୍ ଓ ଅନମୋଲପ୍ରୀତ ସିଂହ ଦମଦାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୧୦୦ ରନର ଭାଗୀଦାରୀ କରିଥିଲେ। ଈଶ୍ୱରନ୍ ୫୯ (୧୩୪ ବଲ୍, ୭ ଚୌକା) ଓ ଅନମୋଲପ୍ରୀତ ୫୧ (୮୬ ବଲ୍, ୮ ଚୌକା) ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍-ଏ ପକ୍ଷରୁ ଚେମାର ହୋଲ୍ଡର୍ ୨ଟି ଓ ରେମନ୍ ରିଫର୍ ଗୋଟିଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍-ଏ ପ୍ରଥମ ଇନିଂସରେ ୩୧୮ ରନ୍ କରିଥିବା ବେଳେ ଜବାବରେ ଭାରତ-ଏ ୧୯୦ ରନରେ ଅଲଆଉଟ୍ ହୋଇଥିଲା। କିନ୍ତୁ ଅଫ୍ ସ୍ପିନର୍ କ୍ରିଷ୍ଣାପ୍ପା ଗୌତମଙ୍କ ୫ ୱିକେଟ୍ ବଳରେ ଭାରତ-ଏ ୱେଷ୍ଟଇଣ୍ଡିଜ-ଏ'କୁ ଦ୍ୱିତୀୟ ଇନିଂସରେ ମାତ୍ର ୧୪୯ ରନରେ ଅଲଆଉଟ୍ କରିଦେଇଥିଲା। ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ମାରିଥିବା ପାଞ୍ଚାଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Related story