ତୃତୀୟ ଅନଅଫିସିଆଲ୍ ଟେଷ୍ଟ: ଭାରତ-ଏ ୨୦୧

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ତୃତୀୟ ଅନଅଫିସିଆଲ୍ ଟେଷ୍ଟ ଆରମ୍ଭ ହୋଇଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍-ଏ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ-ଏ ପ୍ରଥମ ଇନିଂସରେ ୨୦୧ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏକ ସମୟରେ ଭାରତ-ଏ ୪୮ ରନରେ ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିବା ବେଳେ କ୍ୟାପଟେନ୍ ହନୁମା ବିହାରୀ ଓ ଅଭିଜ୍ଞ ଋଦ୍ଧିମାନ ସାହା ଅର୍ଦ୍ଧଶତକ ମାରି ଟିମକୁ ସମ୍ମାନଜନକ ସ୍କୋରରେ […]

saha

Ranjit Kumar Jena
  • Published: Wednesday, 07 August 2019
  • , Updated: 07 August 2019, 09:26 PM IST

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ତୃତୀୟ ଅନଅଫିସିଆଲ୍ ଟେଷ୍ଟ ଆରମ୍ଭ ହୋଇଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍-ଏ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ-ଏ ପ୍ରଥମ ଇନିଂସରେ ୨୦୧ ରନ୍ କରି ଅଲଆଉଟ୍ ହୋଇଯାଇଛି।

ଏକ ସମୟରେ ଭାରତ-ଏ ୪୮ ରନରେ ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିବା ବେଳେ କ୍ୟାପଟେନ୍ ହନୁମା ବିହାରୀ ଓ ଅଭିଜ୍ଞ ଋଦ୍ଧିମାନ ସାହା ଅର୍ଦ୍ଧଶତକ ମାରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସାହା ସକାରାତ୍ମକ ବ୍ୟାଟିଂ କରି ୬୬ ବଲରେ ୯ ଚୌକା ଓ ୧ ଛକା ସହ ୬୨ ଓ ବିହାରୀ ୫ ଚୌକା ସହାୟତାରେ ୫୨ ରନ୍ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ୍ ୩୩, ଶିବମ ଦୁବେ ୨୬, ପ୍ରିୟଙ୍କ ପାଞ୍ଚାଲ୍ ୧୧ ରନ୍ କରିଥିବା ବେଳେ ଅଭିମନ୍ୟୁ ଈଶ୍ୱରନ୍, ଶୁବମାନ ଗିଲ୍ ଏବଂ କ୍ରିଷ୍ଣାପ୍ପା ଗୌତମ ଖାତା ଖୋଲିପାରିଥିଲେ। ୱେଷ୍ଟଇଣ୍ଡିଜ୍-ଏ ପକ୍ଷରୁ ଚେମାର ହୋଲ୍ଡର ଓ ଆକିମ୍ ଫ୍ରେଜର୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଦିବସର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍-ଏ ୨ ୱିକେଟ୍ ହରାଇ ୨୩ ରନ୍ କରିଛି। ମଣ୍ଟକିନ୍ ହଜ୍ ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଜେରେମି ସୋଲୋଜାନୋ (୭) ଓ ଫ୍ରେଜର୍ (୦) ଅପରାଜିତ ରହିଛନ୍ତି। ଭାରତ-ଏ ପକ୍ଷରୁ ଗୌତମ ଏକମାତ୍ର ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ, ଭାରତ-ଏ ପ୍ରଥମ ଦୁଇଟି ଟେଷ୍ଟକୁ ଜିତି ସିରିଜକୁ କବଜା କରିସାରିଛି।

Related story