ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ୫ରୁ ଅନଲାଇନ୍ ଟିକେଟ୍ ବିକ୍ରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ଦିନିକିଆ ମ୍ୟାଚ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ବାରବାଟୀରେ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଏ ନେଇ ଶନିବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବାରବାଟୀ ଦିନିକିଆ ପାଇଁ ଆସନ୍ତା ୫ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। […]

barabati

Ranjit Kumar Jena
  • Published: Saturday, 16 November 2019
  • , Updated: 16 November 2019, 09:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ଦିନିକିଆ ମ୍ୟାଚ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ବାରବାଟୀରେ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଏ ନେଇ ଶନିବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବାରବାଟୀ ଦିନିକିଆ ପାଇଁ ଆସନ୍ତା ୫ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ସେହିପରି ୧୯ ତାରିଖରୁ ଷ୍ଟାଡିୟମର କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ମ୍ୟାଚର ଦୁଇଦିନ ପୂର୍ବରୁ ଉଭୟ ଦଳ ବିଶାଖାପଟ୍ଟନମରୁ ବିମାନ ଯୋଗୋ ଭୁବନେଶ୍ୱରରେ ପହଞ୍ଚିବେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଭୟ ଦଳକୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ। ଏଠାରେ ପହଞ୍ଚିବାର ପରଦିନ ଉଭୟ ଦଳ ପର୍ଯ୍ୟାୟକ୍ରମେ ଷ୍ଟାଡିୟମକୁ ଅଭ୍ୟାସ କରିବାକୁ ଯିବେ। ଯେହେତୁ ଏହି ମ୍ୟାଚ୍ ଦିବାରାତ୍ର ବିଶିଷ୍ଟ ହେବ, ତେଣୁ ଉଭୟ ଫ୍ଲଡଲାଇଟରେ ଅଭ୍ୟାସ କରିବେ। ମ୍ୟାଚ୍ ଦିନ ଉଭୟ ଦଳ ସକାଳୁ ଷ୍ଟାଡିୟମରେ ଅଭ୍ୟାସ କରିବେ।

ତେବେ ମ୍ୟାଚ୍ ପାଇଁ କିଛି କଟକଣା ମଧ୍ୟ ରହିଛି, ଯେପରିକି ଦର୍ଶକମାନେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେଇପାରିବେ ନାହିଁ। ଏହାଛଡ଼ା ହେଲମେଟ୍‌, ଗୁଟଖା, ବୈଦ୍ୟୁତିକ ଉପକରଣ କାଚ, ବାଣ ଏବଂ ଦର୍ପଣ ଉପରେ କଟକଣା ରଖାଯାଇଛି। ଖେଳାଳିମାନଙ୍କ ସୁରକ୍ଷା ପାଇଁ ପ୍ରତି ଗ୍ୟାଲେରୀରେ ଫୁଟ୍ ନେଟ୍ ବନ୍ଧାଯିବ। ଏହାବ୍ୟତୀତ ପୂରା ଷ୍ଟାଡିୟମରେ ସିସିଟିଭି କ୍ୟାମେରାରର ବନ୍ଦୋବସ୍ଥ କରାଯାଇଛି।

କାଉଣ୍ଟରରେ ଟିକେଟ୍ ବିକ୍ରି ସମୟରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ପଡ଼େ, ସେଥିପାଇଁ ସଶସ୍ତ୍ର ପୁଲିସ୍ ମୁତୟନ କରାଯିବ। ଖେଳାଳିମାନଙ୍କ ପାଇଁ କ୍ୱିକରେସପନ୍ତ ଟିମ୍‌, ଓଡ୍ରାଫ୍‌, ସଶସ୍ତ୍ର ପୁଲିସ୍‌, ବମ୍ନ ନିଷ୍କ୍ରିୟକାରୀ ଦଳ ରହିବେ ବୋଲି ଆଜି ଅନୁଷ୍ଠିତ ଏହି ବୈଠକରେ କୁହାଯାଇଛି। ବୈଠକରେ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଏବଂ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିଲେ।

Related story