ବେଙ୍ଗାଲୁରୁ: ଆସନ୍ତାକାଲି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟସ୍ଥ ଚତୁର୍ଥ ଦିନିକିଆ ମ୍ୟାଚ୍ ଖେଳାଯିବ।
ପୂର୍ବରୁ ତିନିଟି ମ୍ୟାଚ୍ ଜିତି ଭାରତ ସିରିଜ ଉପରେ କବଜା କରିସାରିଛି। ଚତୁର୍ଥ ଦିନିକିଆ ଜିତି ଆଇସିସି ରାଙ୍କିଙ୍ଗରେ ଶ୍ରେଷ୍ଠସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ। ଏଥିସହିତ ଏହି ମ୍ୟାଚକୁ ଜିତି ଭାରତ ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ ଜିତିଲେ ଭାରତ ପ୍ରଥମ ଥର ପାଇଁ ଲଗାତାର ୧୦ଟି ଦିନିକିଆ ମ୍ୟାଚ୍ ଜିତିବାର ରେକର୍ଡ କରିବ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଦେଶଗୁଡ଼ିକ ନାଁରେ ରହିଛି।
ପ୍ରାୟ ୧୦ ବର୍ଷ ପୂର୍ବେ ଭାରତ ଲଗାତାର ୯ଟି ଦିନିକିଆ ମ୍ୟାଚ୍ ଜିତି ଥିଲା।