ଫେବୃଆରୀରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ମାସରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ତିନୋଟି ମ୍ୟାଚ୍ ପୁନେ, ରାଞ୍ଚି ଓ ଧର୍ମଶାଳାରେ ଖେଳା ଯିବ। ପୁନେ, ରାଞ୍ଚି ଓ ଧର୍ମଶାଳାରେ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୁନେରେ ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍‌ଟି ବେଙ୍ଗାଲୁରୁରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ। ତୃତୀୟ ଟେଷ୍ଟ୍ ମ୍ୟାଚ୍ ରାଞ୍ଚିରେ […]

anil-birat

Rakesh Mallick
  • Published: Friday, 21 October 2016
  • , Updated: 21 October 2016, 01:00 PM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ମାସରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ତିନୋଟି ମ୍ୟାଚ୍ ପୁନେ, ରାଞ୍ଚି ଓ ଧର୍ମଶାଳାରେ ଖେଳା ଯିବ। ପୁନେ, ରାଞ୍ଚି ଓ ଧର୍ମଶାଳାରେ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ।

ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୁନେରେ ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍‌ଟି ବେଙ୍ଗାଲୁରୁରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ। ତୃତୀୟ ଟେଷ୍ଟ୍ ମ୍ୟାଚ୍ ରାଞ୍ଚିରେ ମାର୍ଚ୍ଚ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳା ଯିବ। ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ ଧର୍ମଶାଳାରେ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ।

ଫେବୃଆରୀ ୧୭ରୁ ୨୨ ମଧ୍ୟରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ଖେଳି ସାରିବା ପରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ।

Related story