ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଟି-ଟ୍ୱେଣ୍ଟି

ଭୁବନେଶ୍ୱର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‌ ଖେଳାଯିବ। ସିରିଜ୍‌ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି।  ତେଣୁ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ସଦୃଶ। ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଥିଲା। ତେବେ ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତି ନେଇଥିଲା। ତେଣୁ ଆଜିର […]

dhonikohali

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 08:09 AM IST

ଭୁବନେଶ୍ୱର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‌ ଖେଳାଯିବ। ସିରିଜ୍‌ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି।  ତେଣୁ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ସଦୃଶ।

ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଥିଲା। ତେବେ ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତି ନେଇଥିଲା। ତେଣୁ ଆଜିର ମ୍ୟାଚ୍ ଜିତି ଦିନିକିଆ ସିରିଜ୍‌ ପରାଜାୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଅଷ୍ଟ୍ରେଲିଆ। ଭାରତ ମଧ୍ୟ ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବା  ଲକ୍ଷ୍ୟରେ ରହିବ।

Related story