ଶ୍ରୀଲଙ୍କା ପରେ ଅଷ୍ଟ୍ରେଲିଆକୁ ମାତ୍ ଦେବାକୁ ଇଣ୍ଡିଆର ରଣନୀତି   

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆସନ୍ତା 17 ତାରିଖ ଠାରୁ ଆଷ୍ଟ୍ରେଲିଆ ଓ ଇଣ୍ଡିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି 5ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌। ଶ୍ରୀଲଙ୍କାକୁ 9-0ରେ ହରାଇବା ପରେ ଟିମ୍ ଇଣ୍ଡିଆର ମନୋବଳ ଏବେ ବେଶ୍‌ ଦୃଢ ଅଛି।  ଅଷ୍ଟ୍ରେଲିଆ ବିପକ୍ଷରେ ଯଦି ଇଣ୍ଡିଆ ଆଗାମୀ ଦିନିକିଆ ସିରିଜକୁ ଜିତିନେଉଛି ତେବେ ଆଇସିସି ମାନ୍ୟତାରେ ଶୀର୍ଷରେ ପହଞ୍ଚିପାରିବ। ଏବେ ଇଣ୍ଡିଆ ଆଇସିସି ମାନ୍ୟତାରେ ୩ୟ ସ୍ଥାନରେ ରହିଛି। ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଉଭୟ […]

Rakesh Mallick
  • Published: Thursday, 07 September 2017
  • , Updated: 07 September 2017, 04:14 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆସନ୍ତା 17 ତାରିଖ ଠାରୁ ଆଷ୍ଟ୍ରେଲିଆ ଓ ଇଣ୍ଡିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି 5ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌। ଶ୍ରୀଲଙ୍କାକୁ 9-0ରେ ହରାଇବା ପରେ ଟିମ୍ ଇଣ୍ଡିଆର ମନୋବଳ ଏବେ ବେଶ୍‌ ଦୃଢ ଅଛି।  ଅଷ୍ଟ୍ରେଲିଆ ବିପକ୍ଷରେ ଯଦି ଇଣ୍ଡିଆ ଆଗାମୀ ଦିନିକିଆ ସିରିଜକୁ ଜିତିନେଉଛି ତେବେ ଆଇସିସି ମାନ୍ୟତାରେ ଶୀର୍ଷରେ ପହଞ୍ଚିପାରିବ। ଏବେ ଇଣ୍ଡିଆ ଆଇସିସି ମାନ୍ୟତାରେ ୩ୟ ସ୍ଥାନରେ ରହିଛି। ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଉଭୟ ଟିମ୍ 117 ପଏଣ୍ଟ ପାଇଥିବ ବେଳେ ଦକ୍ଷିଣ ଆଫ୍ରିକା 119 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଅଛି।

ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯ଼ିବାକୁ ଥିବା ଏହି ଦୁଇଟି ସରିଜ ପାଇଁ ଦୁଇ ଦଳ ଏକ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଚୟନ ସରିଥିବା ବେଳେ ଖୁବଶୀଘ୍ର ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଦଳ ଘୋଷଣା କରାଯ଼ିବ।

ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଚେନ୍ନାଇରେ ଆରମ୍ଭ ହୋଇ କୋଲକାତାରେ ଶେଷ ହେବ। ସେହିପରି ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ରାଞ୍ଚି ଓ ଶେଷ ଟି-ଟ୍ୱେଣ୍ଟି ଗୌହାଟିରେ ଖେଳାଯ଼ିବ।

Related story