ପରବର୍ତ୍ତୀ ୨ଟି ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ: ସୌରଭ

କୋଲକାତା: ବାଙ୍ଗାଲୁରୁ ବିଜୟ ପରେ ୪ ଟିକିଆ ସରିଜକୁ ବରାବର କରିଛି ଭାରତ। ତେବେ ପରବର୍ତ୍ତୀ ଦୁଇ ଟେଷ୍ଟ ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି କହିଛନ୍ତି। ସେ କହିଛନ୍ତି,“ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୨୬୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ଭାରତ ମାତ୍ର ୧୦୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ସେହିପରି ବାଙ୍ଗାଲୁରୁରେ ଖେଳାଯାଇଥିବା […]

sourav-ganguly_pti-m

Rakesh Mallick
  • Published: Tuesday, 07 March 2017
  • , Updated: 07 March 2017, 11:22 PM IST

କୋଲକାତା: ବାଙ୍ଗାଲୁରୁ ବିଜୟ ପରେ ୪ ଟିକିଆ ସରିଜକୁ ବରାବର କରିଛି ଭାରତ। ତେବେ ପରବର୍ତ୍ତୀ ଦୁଇ ଟେଷ୍ଟ ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି କହିଛନ୍ତି।

ସେ କହିଛନ୍ତି,“ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୨୬୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ଭାରତ ମାତ୍ର ୧୦୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ସେହିପରି ବାଙ୍ଗାଲୁରୁରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍‌ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରି ପ୍ରଥମ ପାଳିରେ ଭାରତ ୧୮୯ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ଦୃଢ଼ ଜବାବ ଦେଇଥିଲା। ଅଷ୍ଟ୍ରେଲିଆ ସମସ୍ତ ୱିକେଟ୍‌ ହରାଇ ୨୭୯ ରନ୍‌ କରିଥିଲା। ଦ୍ୱିତୀୟ ପାଳିରେ ଭାରତ ସମସ୍ତ ୱିକେଟ୍‌ ହରାଇ ୨୭୪ ରନ୍‌ କରିଥିଲା। ଭାରତର ୧୮୮ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ମାତ୍ର  ୧୧୨ ରନ୍‌ରେ ଅଲଆଟ୍‌ ହୋଇଥିଲା। ଏଥିରୁ ସ୍ପଷ୍ଟ ଭାବେ ବାରି ହେଉଛି ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।”

ସେ କହିଛନ୍ତି,“ଏହା ହେଉଛି ସ୍ୱତନ୍ତ୍ର ବିଜୟ। ଏହା ଭାରତୀୟ କ୍ରିକେଟ୍‌ ଟିମ୍‌ର ମନୋବଳ ବୃଦ୍ଧି କରିବାରେ ସହାୟକ ହେବ।”

Related story