ଟେଷ୍ଟ ସିରିଜ୍‌କୁ ବି କବ୍‌ଜା କଲା ଭାରତ: ଆକର୍ଷଣୀୟ ବ୍ୟାଟିଂ ପାଇଁ ଏହି ଖେଳାଳି ହେଲେ ଉଭୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଟେଷ୍ଟକୁ ହାରୁ ହାରୁ ଅଳ୍ପକେ ବର୍ତ୍ତିଗଲା ଶ୍ରୀଲଙ୍କା। କୋଟଲାରେ ଖେଳାଯାଇଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି। ଦ୍ୱିତୀୟ ଇଂନିସରେ ଜିତିବାକୁ ୪୧୦ ରନର ଲକ୍ଷ୍ୟ ନେଇ ଶ୍ରୀଲଙ୍କା ପଡିଆକୁ ଓହ୍ଲାଇଥିଲା। କିନ୍ତୁ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୩୫ ରନରେ ପ୍ରଥମ ୪ଟି ୱିକେଟ୍‌ ହରାଇବା ପରେ ଶ୍ରୀଲଙ୍କାର ପରାଜୟ ନିଶ୍ଚିତ ଲାଗୁଥିଲା। କିନ୍ତୁ ଧନଞ୍ଜୟ ଡିସିଲ୍‌ଭାଙ୍କ ଆକର୍ଷଣୀୟ ବ୍ୟାଟିଂ ଫଳରେ  ଶ୍ରୀଲଙ୍କା ଏହି […]

dc-Cover-8b541q5otj39eoc1avv8cvlsd0-20171204195412.Medi

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 05:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଟେଷ୍ଟକୁ ହାରୁ ହାରୁ ଅଳ୍ପକେ ବର୍ତ୍ତିଗଲା ଶ୍ରୀଲଙ୍କା। କୋଟଲାରେ ଖେଳାଯାଇଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି। ଦ୍ୱିତୀୟ ଇଂନିସରେ ଜିତିବାକୁ ୪୧୦ ରନର ଲକ୍ଷ୍ୟ ନେଇ ଶ୍ରୀଲଙ୍କା ପଡିଆକୁ ଓହ୍ଲାଇଥିଲା। କିନ୍ତୁ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୩୫ ରନରେ ପ୍ରଥମ ୪ଟି ୱିକେଟ୍‌ ହରାଇବା ପରେ ଶ୍ରୀଲଙ୍କାର ପରାଜୟ ନିଶ୍ଚିତ ଲାଗୁଥିଲା। କିନ୍ତୁ ଧନଞ୍ଜୟ ଡିସିଲ୍‌ଭାଙ୍କ ଆକର୍ଷଣୀୟ ବ୍ୟାଟିଂ ଫଳରେ  ଶ୍ରୀଲଙ୍କା ଏହି ଟେଷ୍ଟକୁ ଡ୍ର ରଖିପାରିଛି। ଧନଞ୍ଜୟ ୧୧୯ ରନର ଏକ ଶତକୀୟ ପାଳି ଖେଳିଥିଲେ।

ଏହି ସିରିଜରେ କୋଲକାତା ମ୍ୟାଚ୍‌ ଡ୍ର ରହିଥିବା ବେଳେ ନାଗପୁର ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ଫଳରେ ୩ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଭାରତ ୧-୦ରେ କବ୍‌ଜା କରିଛି। ଦିଲ୍ଲୀ ଟେଷ୍ଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଏବଂ ସମ୍ପୂର୍ଣ୍ଣ ସିରିଜରେ ବିରାଟ୍‌ ବ୍ୟାଟ୍‌ରୁ ୬୦୦ରୁ ଅଧିକ ରନ୍ ଆସିଥିବାରୁ ସେ ମ୍ୟାନ୍‌ ଅଫ୍‌ ଦି ସିରିଜ ମଧ୍ୟ ହୋଇଥିଲେ।

Related story