ବାଂଲାଦେଶକୁ ହରାଇଲେ ଚହର ଓ ଦୁବେ, ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ନାଗପୁର: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ନିର୍ଣ୍ଣାୟକ ମୋଡ଼ରେ ୱିକେଟ ଦଖଲ ଓ ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଟିମ୍‌ ଇଣ୍ଡିଆ ଅନ୍ତିମ ଟି-୨୦ରେ ବାଂଲାଦେଶକୁ ୩୦ ରନ୍‌ରେ ହରାଇ ସିରିଜ୍‌ କବଜା କରିଛି। ଭାରତ ଦେଇଥିବା ୧୭୫ ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୧୪୪ ରନ କରି ଅଲଆଉଟ୍‌ ହୋଇଯାଇଛି।  ଏଥିସହ ଭାରତ ବିପକ୍ଷରେ ପ୍ରଥମଥର ଟି-୨୦ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବାଂଲାଦେଶର ସ୍ୱପ୍ନ ମଧ୍ୟ ଭାଙ୍ଗିଚୂରମାର ହୋଇଯାଇଛି। ଦୀପକ ଚହର […]

cxz

Hemant Lenka
  • Published: Sunday, 10 November 2019
  • , Updated: 10 November 2019, 10:51 PM IST

ନାଗପୁର: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ନିର୍ଣ୍ଣାୟକ ମୋଡ଼ରେ ୱିକେଟ ଦଖଲ ଓ ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଟିମ୍‌ ଇଣ୍ଡିଆ ଅନ୍ତିମ ଟି-୨୦ରେ ବାଂଲାଦେଶକୁ ୩୦ ରନ୍‌ରେ ହରାଇ ସିରିଜ୍‌ କବଜା କରିଛି। ଭାରତ ଦେଇଥିବା ୧୭୫ ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୧୪୪ ରନ କରି ଅଲଆଉଟ୍‌ ହୋଇଯାଇଛି।  ଏଥିସହ ଭାରତ ବିପକ୍ଷରେ ପ୍ରଥମଥର ଟି-୨୦ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବାଂଲାଦେଶର ସ୍ୱପ୍ନ ମଧ୍ୟ ଭାଙ୍ଗିଚୂରମାର ହୋଇଯାଇଛି। ଦୀପକ ଚହର ମାତ୍ର ୭ ରନ୍‌ ଦେଇ ୬ଟି ୱିକେଟ ନେଇଥିବା ବେଳେ ଶିବମ ଦୁବେ ୩ଟି ୱିକେଟ ଦଖଲ କରି ଭାରତର ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୬୨ ଓ କେଏଲ ରାହୁଲଙ୍କ ୫୨ ରନ ବଳରେ ୫ ୱିକେଟ ହରାଇ ୧୭୪ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ୧୨ ରନ୍‌ରେ ତା’ର ପ୍ରଥମ ୱିକେଟ ରୂପେ ଲିଟନ ଦାସ (୯)ଙ୍କୁ ହରାଇଥିଲା। ତାଙ୍କୁ ଦୀପକ ଚହର ଆଉଟ କରିଥିଲେ। ଏହାର ପରବର୍ତ୍ତୀ ବଲରେ ସେ ଇନଫର୍ମ ସୌମ୍ୟ ସରକାରଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ତେବେ ତୃତୀୟ ୱିକେଟ ପାଇଁ ମହମ୍ମଦ ନଇମି ଓ ମହମ୍ମଦ ମିଥୁନ ୯୮ ରନ୍‌ର ଭାଗିଦାରୀ କରି ଭାରତ ମୁଠାରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ବିଶେଷ କରି ନଇମ ଆକର୍ଷଣୀୟ ଶଟ ମାନ ଖେଳି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଏଥିସହ ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ତେବେ ନିଜର ଦ୍ୱିତୀୟ ସ୍ପେଲର ଶେଷ ବଲରେ ଦୀପକ ଚହର ୨୭ ରନ୍‌ କରିଥିବା ମହମ୍ମଦ ମିଥୁନଙ୍କୁ ଆଉଟ୍‌ କରି ବାଂଲାଦେଶକୁ ତୃତୀୟ ଝଟ୍‌କା ଦେଇଥିଲେ। ଏହାର ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଭାରତକୁ ବଡ଼ ସଫଳତା ମିଳିଥିଲା। ଦିଲ୍ଲୀ ମ୍ୟାଚ୍‌ରେ ବାଂଲାଦେଶ ପାଇଁ ମ୍ୟାଚ୍‌ ୱିନିଂ ଇନିଂସ ଖେଳିଥିବା ଅଭିଜ୍ଞ ମୁଶଫିକର ରହିମଙ୍କୁ ଶିବମ ଦୁବେ ପ୍ରଥମ ବଲରେ ହିଁ ବୋଲ୍ଡ କରି ସବୁ କିଛି ଓଲଟପାଲଟ କରିଦେଇଥିଲେ।

ଏହା ତାଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ପ୍ରଥମ ୱିକେଟ ଥିଲା। ରହିମଙ୍କ ଆଉଟ ହେବା ପରେ ନଇମ ଓ ମହମଦୁଲ୍ଲା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଦୁବେ ୮୧ ରନ୍‌ କରିଥିବା ନଇମଙ୍କୁ କ୍ଲିନବୋଲ୍ଡ କରି ବାଂଲାଦେଶର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଏହାର ପରବର୍ତ୍ତୀ ବଲରେ ସେ ଅଫିଫ ହୁସେନଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ମ୍ୟାଚ୍‌ର ୧୭ତମ ଓଭରରେ ୮ ରନ୍‌ କରିଥିବା ମହମଦୁଲ୍ଲାଙ୍କୁ ଚହଲ ଆଉଟ କରି ନିଜ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ୫୦ତମ ୱିକେଟ ଦଖଲ କରିବା ସହ ବାଂଲାଦେଶ ବିଜୟର ରାସ୍ତାକୁ ଏକ ପ୍ରକାରର ବନ୍ଦ କରିଦେଇଥିଲେ। ୧୮ତମ ଓଭରରେ ଦୀପକ ଚହର ନିଜର ୪ର୍ଥ ୱିକେଟ ଭାବେ ସୈଫୁଲ ଇସଲାମଙ୍କୁ ଆଉଟ କରିଥିଲେ। ମ୍ୟାଚ୍‌ର ଶେଷ ଓଭରରେ ସେ ମୁସ୍ତାଫିଜୁର ରେହମାନଙ୍କୁ ଆଉଟ୍‌ କରି ପ୍ରଥମଥର ପାଇଁ ଟି-୨୦ କ୍ୟାରିୟରରେ ୫ମ ୱିକେଟ ଦଖଲ କରିଥିଲେ। ସେହିପରି ଏହାର ପରବର୍ତ୍ତୀ ବଲରେ ଅଲ ଅମୀନ ହୁସେନଙ୍କୁ କ୍ଲିନବୋଲ୍ଡ କରି ଗୋଟିଏ ମ୍ୟାଚ୍‌ରେ ୬ଟି ୱିକେଟ ନେବା ସହ ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଦୀପକ ୩.୨ ଓଭରରେ ମାତ୍ର ୭ ରନ୍‌ ଦେଇ ଏହି ମ୍ୟାଚ୍‌ରେ ୬ଟି ୱିକେଟ ଦଖଲ କରିବାର ରେକର୍ଡ କରିଛନ୍ତି।

 

Related story