୮୫ ବର୍ଷରେ ବିଦେଶ ମାଟିରେ ଇତିହାସ ରଚିଲା ଭାରତ: ୩-୦ରେ ହାରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ:ସିରିଜ୍‌ ପୋଛିନେଲା ଟିମ୍‌ ଇଣ୍ଡିଆ। କେଣ୍ଡି ସ୍ଥିତ ପାଲେକେଲ ଷ୍ଟାଡିୟମରେ ଶ୍ରୀଲଙ୍କା ବିରୋଧରେ ଖେଳାଯାଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତର ଐତିହାସିକ ବିଜୟ।ତୃତୀୟ ତଥା ଶେଷ ଟେଷ୍ଟରେ ଆଜି ତୃତୀୟ ଦିନରେ ୧୭୧ ରନ୍‌ରେ ଜିତିବା ସହ ୩-୦ରେ ବିଜୟୀ ହୋଇଛି ଭାରତ। ଏଥିସହ ଟେଷ୍ଟ ଇତିହାସର ୮୫ ବର୍ଷରେ ଭାରତ  ବିଦେଶ ମାଟିରେ ଏଭଳି ବିରଳ ରେକର୍ଡ଼ ହାସଲ କରିଛି। ଏହା ପୂର୍ବରୁ ୨୦୦୪ରେ ବାଂଲାଦେଶ ଏବଂ ୨୦୦୫ରେ ଜିମ୍ବାମ୍ବେକୁ ହରାଇଥିଲା ଭାରତ। କିନ୍ତୁ ଏହା ୨ଟି […]

test

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 04:34 PM IST

ନୂଆଦିଲ୍ଲୀ:ସିରିଜ୍‌ ପୋଛିନେଲା ଟିମ୍‌ ଇଣ୍ଡିଆ। କେଣ୍ଡି ସ୍ଥିତ ପାଲେକେଲ ଷ୍ଟାଡିୟମରେ ଶ୍ରୀଲଙ୍କା ବିରୋଧରେ ଖେଳାଯାଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତର ଐତିହାସିକ ବିଜୟ।ତୃତୀୟ ତଥା ଶେଷ ଟେଷ୍ଟରେ ଆଜି ତୃତୀୟ ଦିନରେ ୧୭୧ ରନ୍‌ରେ ଜିତିବା ସହ ୩-୦ରେ ବିଜୟୀ ହୋଇଛି ଭାରତ। ଏଥିସହ ଟେଷ୍ଟ ଇତିହାସର ୮୫ ବର୍ଷରେ ଭାରତ  ବିଦେଶ ମାଟିରେ ଏଭଳି ବିରଳ ରେକର୍ଡ଼ ହାସଲ କରିଛି।

ଏହା ପୂର୍ବରୁ ୨୦୦୪ରେ ବାଂଲାଦେଶ ଏବଂ ୨୦୦୫ରେ ଜିମ୍ବାମ୍ବେକୁ ହରାଇଥିଲା ଭାରତ। କିନ୍ତୁ ଏହା ୨ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଥିଲା।  ୧୯୩୨ରେ ଭାରତ ଟେଷ୍ଟ ମ୍ୟାଚ୍‌ ପ୍ରବେଶର ୮୫ ବର୍ଷ ଇତିହାସରେ ଅଧିନାୟକ ବିରାଟ କୋହିଲିଙ୍କ ନେତୃତ୍ୱରେ ଏଭଳି ଏକ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି।  ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ପ୍ରଥମ ପର୍ଯ୍ୟାୟରେ ୪୮୭ ରନ୍‌ ସଂଗ୍ରହ କରିଥିଲା।  ଜବାବରେ ପ୍ରଥମ ପର୍ଯ୍ୟାୟରେ ୧୩୫ ରନ୍‌ କରି ଅଲଆଉଟ ହୋଇଥିଲା ଶ୍ରୀଲଙ୍କା ।  ଏହା ପରେ ଶ୍ରଲଙ୍କାକୁ  ଫଲୋଅନ୍ ମିଳିଥିଲା।

ହେଲେ ଦ୍ୱିତୀୟ ପାଳିରେ ୧୮୧ ରନ୍‌ରେ ଅଲଆଉଟ୍‌ ହୋଇଯାଥିଲା ଶ୍ରୀଲଙ୍କା ।  ଏଥିରେ ଭାରତ ୧୭୧ ରନ୍‌ରେ ବିଜୟୀ ହୋଇ ଥିଲା। ତେବେ ତୃତୀୟ ଦିନରେ ରବିଚନ୍ଦ୍ରନ ଅଶ୍ୱିନି ୬୮ ରନ୍‌ ଦେଇ ୪ଟି ଉଇକେଟ ଏବଂ ମହମ୍ମଦ ସାମି ୩ଟି ଉଇକେଟ ହାସଲ କରିଛନ୍ତି।

Related story