ଆସନ୍ତାକାଲି ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ

ଚେନ୍ନାଇ: ଆସନ୍ତାକାଲି ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଭାରତ ୩-୦ରେ ଆଗୁଆ ରହି ସିରିଜ୍ ଜିତି ସାରିଛି। ପ୍ରଥମ ମ୍ୟାଚ୍‌ଟି ଡ୍ର’ ରହିଥିବା ବେଳେ ବାକି ତିନିଟି ମ୍ୟାଚ୍ ଲାଗ୍ ଲାଗ୍ ହାରିଥିଲା ଇଂଲଣ୍ଡ। ତେଣୁ ସମ୍ମାନ ବଞ୍ଚାଇବାକୁ ଅନ୍ତିମ ମ୍ୟାଚ୍‌କୁ ଇଂଲଣ୍ଡ ଜିତିବାକୁ ଚେଷ୍ଟା କରିବ ନ ହେଲେ ଡ୍ର’ ରଖିବାକୁ ଉଦ୍ୟମ କରିବ। ଆସନ୍ତାକାଲି ସକାଳ ସାଢ଼େ ୯ଟାରୁ ମ୍ୟାଚ୍ ଆରମ୍ଭ […]

chennai

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 07:50 AM IST

ଚେନ୍ନାଇ: ଆସନ୍ତାକାଲି ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଭାରତ ୩-୦ରେ ଆଗୁଆ ରହି ସିରିଜ୍ ଜିତି ସାରିଛି। ପ୍ରଥମ ମ୍ୟାଚ୍‌ଟି ଡ୍ର’ ରହିଥିବା ବେଳେ ବାକି ତିନିଟି ମ୍ୟାଚ୍ ଲାଗ୍ ଲାଗ୍ ହାରିଥିଲା ଇଂଲଣ୍ଡ। ତେଣୁ ସମ୍ମାନ ବଞ୍ଚାଇବାକୁ ଅନ୍ତିମ ମ୍ୟାଚ୍‌କୁ ଇଂଲଣ୍ଡ ଜିତିବାକୁ ଚେଷ୍ଟା କରିବ ନ ହେଲେ ଡ୍ର’ ରଖିବାକୁ ଉଦ୍ୟମ କରିବ।

ଆସନ୍ତାକାଲି ସକାଳ ସାଢ଼େ ୯ଟାରୁ ମ୍ୟାଚ୍ ଆରମ୍ଭ ହେବ।

Related story