ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଜାନୁଆରୀ ୧୬,୧୭ରେ ଟିକେଟ୍ ବିକ୍ରି

କଟକ: ଆସନ୍ତା ଜାନୁଆରୀ ୧୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଜାନୁଆରୀ ୧୬ ଓ ୧୭ ତାରିଖରେ ଷ୍ଟାଡିୟମ୍ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସାଧାରଣ ଦର୍ଶକ ଏହି ଦୁଇ ଦିନ ଟିକେଟ୍ କିଣି ପାରିବେ। ଜାନୁଆରୀ ୧୪ ଓ ୧୫ ତାରିଖରେ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ବିକ୍ରି କରାଯିବ। ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି ଓତାଙ୍କ ଅଧ୍ୟକ୍ଷତାରେ ଏହି ମ୍ୟାଚ୍‌ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା। […]

ashirbad

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 07:19 PM IST

କଟକ: ଆସନ୍ତା ଜାନୁଆରୀ ୧୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଜାନୁଆରୀ ୧୬ ଓ ୧୭ ତାରିଖରେ ଷ୍ଟାଡିୟମ୍ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସାଧାରଣ ଦର୍ଶକ ଏହି ଦୁଇ ଦିନ ଟିକେଟ୍ କିଣି ପାରିବେ। ଜାନୁଆରୀ ୧୪ ଓ ୧୫ ତାରିଖରେ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ବିକ୍ରି କରାଯିବ।

ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି ଓତାଙ୍କ ଅଧ୍ୟକ୍ଷତାରେ ଏହି ମ୍ୟାଚ୍‌ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକ ପରେ ଓସିଏ ସଂପାଦକ ଆଶୀର୍ବାଦ ବେହେରା କହିଥିଲେ ଯେ ଷ୍ଟାଡିୟମରର ସବୁ ଗ୍ୟାଲେରୀ ଜାଲି ଦ୍ୱାରା ବନ୍ଦ ହେବ। ଷ୍ଟାଡିୟମରେ ମୋଟ ୧୩୨ଟି ସିସିଟିଭି ଲାଗିବ। ଏହା ସହିତ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ ନେବା ଉପରେ ସଂପୂର୍ଣ୍ଣ କଟକଣା ଲାଗିଛି ବୋଲି ସେ କହିଛନ୍ତି।

ପ୍ରତ୍ୟେକ ଲୋକଙ୍କୁ ଦୁଇ ତିନୋଟି ଟିକେଟ୍ ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ଆଶୀର୍ବାଦ କହିଛନ୍ତି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ଟ ଟେଷ୍ଟ୍ ମ୍ୟାଚ୍ ସରିଥିବା ବେଳେ ଆଉ ଦୁଇଟି ଖେଳା ଯିବ। ଏହା ପରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଜାନୁଆରୀ ୧୫ରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ପୁନେରେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍‌ କଟକରେ ଖେଳା ଯିବାକୁ ଥିବା ବେଳେ ତୃତୀୟ ମ୍ୟାଚ୍‌ଟି କୋଲକାତାରେ ଜାନୁଆରୀ ୨୨ ତାରିଖରେ ଖେଳା ଯିବ। ଏସବୁ ମ୍ୟାଚ୍ ଅପରାହ୍ନ ଅଢ଼େଇଟାରୁ ଆରମ୍ଭ ହେବ।

Related story