ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ୨୯୮ ରନ୍‌ରେ ଭାରତ ଆଗୁଆ

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୯୮ ରନ୍‌ରେ ଆଗୁଆ ଅଛି। ଭାରତର ୪୫୫ ରନ୍‌ର ଜବାବରେ ଇଂଲଣ୍ଡକୁ ତା’ର ପ୍ରଥମ ଇନିଂସ୍‌ରେ ସମସ୍ତ ୱିକେଟ୍‌ ହରାଇ ୨୫୫ ରନ୍‌ କରିଥିଲା। ଆଜି ଇଂଲଣ୍ଡ ୧୦୩/୫ ରନ୍‌ର ଅସମାପ୍ତି ଇନିଂଶ ଆରମ୍ଭ କରିଥିଲା। ମାତ୍ର ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର କୌଣସି ବ୍ୟାଟ୍ସମାନ୍‌ ବେଶୀ ସମୟ ତିଷ୍ଠି ପାରିନଥିଲେ। ଅଶ୍ୱିନ ୫ଟି ୱିକେଟ୍‌ […]

cricket-india-v-e

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 10:01 PM IST

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୯୮ ରନ୍‌ରେ ଆଗୁଆ ଅଛି। ଭାରତର ୪୫୫ ରନ୍‌ର ଜବାବରେ ଇଂଲଣ୍ଡକୁ ତା’ର ପ୍ରଥମ ଇନିଂସ୍‌ରେ ସମସ୍ତ ୱିକେଟ୍‌ ହରାଇ ୨୫୫ ରନ୍‌ କରିଥିଲା।

ଆଜି ଇଂଲଣ୍ଡ ୧୦୩/୫ ରନ୍‌ର ଅସମାପ୍ତି ଇନିଂଶ ଆରମ୍ଭ କରିଥିଲା। ମାତ୍ର ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର କୌଣସି ବ୍ୟାଟ୍ସମାନ୍‌ ବେଶୀ ସମୟ ତିଷ୍ଠି ପାରିନଥିଲେ। ଅଶ୍ୱିନ ୫ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସାମ୍ମି, ରବିନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ଭାରତ ବ୍ୟାଟିଂ କରିବାକୁ ଆସିଥିବା ମୁରଲୀ ବିଜୟ, କେ.ଏଲ୍‌ ରାହୁଲ ଓ ଚେତେଶ୍ୱର ପୂଜାରା ଶୀଘ୍ର ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ୍‌ କୋହଲି ୫୪ ରନ୍‌ ଓ ଆଜିଙ୍କ୍ୟା ରାହାଣେ ୨୨ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି। ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୯୮ ରନ୍‌ କରିଛି।

Related story