ସାଫ୍ ମହିଳା ଚାମ୍ପିଅନଶିପ୍: କ୍ରମାଗତ ପଞ୍ଚମଥର ଫାଇନାଲରେ ଭାରତ

ବିରାଟନଗର (ନେପାଳ): ଚାରିଥରର ଡିଫେଣ୍ଡିଂ ଚାମ୍ପିଅନ ଭାରତ ବୁଧବାର ଏଠାରେ ବାଂଲାଦେଶକୁ ୪-୦ ଗୋଲରେ ହରାଇ ସାଫ ମହିଳା ଫୁଟବଲ ଚାମ୍ପିଅନଶିପର ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଏହି ମ୍ୟାଚରେ ଇନ୍ଦୁମତୀ ଦୁଇଟି (୨୨ତମ, ୩୭ତମ) ଗୋଲ୍ ଦେଇଥିବା ବେଳେ ଦାଲିମା (୧୮ତମ) ଓ ମନିଷା (୯୩+୩ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଶୁକ୍ରବାର ଖେଳାଯିବାକୁଥିବା ଫାଇନାଲରେ ଭାରତ ଆୟୋଜକ ନେପାଳକୁ ଭେଟିବ। ଆଜି ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା। ଭାରତର ସେଣ୍ଟର-ବ୍ୟାକ୍ ଯୋଡ଼ି […]

football

Ranjit Kumar Jena
  • Published: Wednesday, 20 March 2019
  • , Updated: 20 March 2019, 09:14 PM IST

ବିରାଟନଗର (ନେପାଳ): ଚାରିଥରର ଡିଫେଣ୍ଡିଂ ଚାମ୍ପିଅନ ଭାରତ ବୁଧବାର ଏଠାରେ ବାଂଲାଦେଶକୁ ୪-୦ ଗୋଲରେ ହରାଇ ସାଫ ମହିଳା ଫୁଟବଲ ଚାମ୍ପିଅନଶିପର ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଏହି ମ୍ୟାଚରେ ଇନ୍ଦୁମତୀ ଦୁଇଟି (୨୨ତମ, ୩୭ତମ) ଗୋଲ୍ ଦେଇଥିବା ବେଳେ ଦାଲିମା (୧୮ତମ) ଓ ମନିଷା (୯୩+୩ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଶୁକ୍ରବାର ଖେଳାଯିବାକୁଥିବା ଫାଇନାଲରେ ଭାରତ ଆୟୋଜକ ନେପାଳକୁ ଭେଟିବ।

ଆଜି ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା। ଭାରତର ସେଣ୍ଟର-ବ୍ୟାକ୍ ଯୋଡ଼ି ଆଶାଲତା ଓ ସ୍ୱିଟି ଦେବୀ ପ୍ରତିପକ୍ଷ ଦଳର ଆକ୍ରମଣକୁ ପ୍ରତିହତ କରିଥିଲେ। ଏହା ମଧ୍ୟରେ ୧୮ତମ ମିନିଟରେ ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ଦାଲିମା। ଦୁଇ ମିନିଟ୍ ପରେ ଅର୍ଥାତ୍ ମ୍ୟାଚର ୨୨ତମ ମିନିଟରେ ଇନ୍ଦୁମତୀ ଚମତ୍କାର ଢଙ୍ଗରେ ଗୋଲ୍ ସ୍କୋର କରି ଭାରତର ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ।

୩୭ତମ ମିନିଟରେ ଇନ୍ଦୁମତୀ ନିଜର ଦ୍ୱିତୀୟ ଗୋଲ୍ ସ୍କୋର କରି ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟାର୍ଦ୍ଧ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ପୂରା ୪୫ ମିନିଟ ଖେଳରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। କିନ୍ତୁ ଇଞ୍ଜୁରି ଟାଇମରେ ମନିଷା ଆକର୍ଷଣୀୟ ଗୋଲ୍ ଦେଇଥିଲେ। ଏହି ଗୋଲ୍ ସହ ଭାରତ ମ୍ୟାଚକୁ ଏକତରଫା ଭାବେ ୪-୦ରେ ଜିତି ନେଇଥିଲା। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲରେ ନେପାଳ ୪-୦ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।

Related story