ରବିବାର ଦ୍ୱିତୀୟ ଟି-୨୦: ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ଖେଳିବାକୁ ଆସନ୍ତାକାଲି ଟିମ୍‌ ଇଣ୍ଡିଆ ମଇଦାନକୁ ଓହ୍ଲାଇବ। ପ୍ରଥମ ଟି-୨୦ ଯେଉଁ ଅକଲ୍ୟାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିଲା ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ସେଇଠାରେ ହିଁ ଖେଳାଯିବ। ତେଣୁ ପ୍ରଥମ ମ୍ୟାଚ୍‌ ଭଳି ଆସନ୍ତାକାଲି ମଧ୍ୟ ବିରାଟ ବାହିନୀ ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚ୍‌ରେ ସାରା ବିଶ୍ୱ ବ୍ୟାଟସମ୍ୟାନଙ୍କ ଶୋ’ ଦେଖିଥିଲା। ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ୨୦୩ ରନ କରିଥିବା ବେଳେ ଭାରତ ଗୋଟିଏ […]

ng

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 06:44 PM IST

ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ଖେଳିବାକୁ ଆସନ୍ତାକାଲି ଟିମ୍‌ ଇଣ୍ଡିଆ ମଇଦାନକୁ ଓହ୍ଲାଇବ। ପ୍ରଥମ ଟି-୨୦ ଯେଉଁ ଅକଲ୍ୟାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିଲା ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ସେଇଠାରେ ହିଁ ଖେଳାଯିବ। ତେଣୁ ପ୍ରଥମ ମ୍ୟାଚ୍‌ ଭଳି ଆସନ୍ତାକାଲି ମଧ୍ୟ ବିରାଟ ବାହିନୀ ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ।

ପ୍ରଥମ ମ୍ୟାଚ୍‌ରେ ସାରା ବିଶ୍ୱ ବ୍ୟାଟସମ୍ୟାନଙ୍କ ଶୋ’ ଦେଖିଥିଲା। ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ୨୦୩ ରନ କରିଥିବା ବେଳେ ଭାରତ ଗୋଟିଏ ଓଭର ପୂର୍ବରୁ ୪ ୱିକେଟ ହରାଇ ୨୦୪ ରନ୍‌ କରିନେଇଥିଲା। ଭାରତର ବ୍ୟାଟିଂ ବାହିନୀ ବେଶ ଶକ୍ତିଶାଳୀ ରହିଛି। ଦଳରେ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ଶ୍ରେୟସ ଆୟର ଓ ମନୀଷ ପାଣ୍ଡେଙ୍କ ଭଳି ମ୍ୟାଚ୍‌ ୱିନର ଅଛନ୍ତି।

ହେଲେ ଦଳକୁ ବୋଲିଂ ବାହିନୀରେ କିଛିଟା ସୁଧାର ଆଣିବାକୁ ପଡ଼ିବ। ଯଶପ୍ରୀତ ବୁମ୍ରା, ୟୁଜବେନ୍ଦର ଚହଲ ଓ ଶିବମ ଦୁବେଙ୍କୁ ଛାଡ଼ି ଦେଲେ ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ଶାମି ଆଦୌ ଭଲ ବୋଲିଂ କରିନାହାନ୍ତି। ରବୀନ୍ଦ୍ର ଜାଡେଜା ମାତ୍ର ୨ ଓଭର ବୋଲିଂ କରିଥିଲେ।

ତେଣୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟକୁ ବୋଲିଂ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଅବଶ୍ୟ ପ୍ରଥମ ମ୍ୟାଚ୍‌ ପରେ ଅଧିନାୟକ ବିରାଟ କୋହଲି ବୋଲରମାନଙ୍କୁ ସମର୍ଥନ କରିଥିଲେ। ସେ କହିଥିଲେ ଏଭଳି ଏକ ପିଚ୍‌ରେ ଆମେ କେବେ ହେଲେ ବୋଲରଙ୍କୁ ଦୋଷ ଦେଇପାରିବା ନାହିଁ। ଆସନ୍ତାକାଲି ମ୍ୟାଚରେ ଟିମ୍ ଇଣ୍ଡିଆ ୱିନିଂ କମ୍ବିନେସନରେ ପରିବର୍ତ୍ତନ କରି ନପାରେ।

ହେଲେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ନଭଦୀପ ସାଇନି ବିକଳ୍ପ ଭାବେ ଉଭା ହୋଇଛନ୍ତି। ଠାକୁର ଗୋଟିଏ ୱିକେଟ ନେଇଥିଲେ ହେଁ ୪୪ ରନ ବ୍ୟୟ କରିଥିଲେ। ଗତ ମ୍ୟାଚ୍‌ରେ ଉଭୟ ଦଳ ୩୯ ଓଭରରେ ୪୦୦ରୁ ଅଧିକ ରନ କରିଛନ୍ତି। ତଥାପି ଭାରତୀୟ ସ୍ପିନରଙ୍କ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି। ଚହଲ ଓ ରବୀନ୍ଦ୍ର ଜାଡେଜା ମିଳିତ ଭାବେ ୬ ଓଭର ବୋଲିଂ କରି ୪୮ ରନ ଦେଇଛନ୍ତି। ବୁମ୍ରା ଏକମାତ୍ର ବୋଲର ଥିଲେ ଯିଏ ଓଭର ପିଛା ୮ରୁ କମ ରନ ବ୍ୟୟ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ସ୍ପିନ ବୋଲରଙ୍କୁ ଖେଳିବାରେ ଅସୁବିଧାର ସମ୍ମୁଖୀନ ହେଉଛି। ତେଣୁ ବିରାଟ ଆସନ୍ତାକାଲି ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ଭାବେ ଦୁଇ ଦ୍ରୁତ ବୋଲରଙ୍କ ସହ ୩ ସ୍ପିନର ଖେଳାଇବାକୁ ଚିନ୍ତା ମଧ୍ୟ କରିପାରନ୍ତି। ଭାରତୀୟ ସ୍କ୍ୱାଡରେ କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ମାଟିରେ ପ୍ରଥମ ସିରିଜ୍‌ ବିଜୟ ଲକ୍ଷ୍ୟ ରଖିଥିବା ଭାରତକୁ ଆସନ୍ତକାଲି ମଧ୍ୟ ନିଜର ଦମ ଦେଖାଇବାକୁ ପଡ଼ିବ।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍‌ର ୩ ବରିଷ୍ଠ ଖେଳାଳି କେନ ୱିଲିୟମସନ, ରସ ଟେଲର ଓ କଲିନ୍ ମୁନରୋ ବ୍ୟାଟିଂ ମଙ୍ଗ ସମ୍ଭାଳୁଛନ୍ତି। ହେଲେ ଯୁବ ତାରକାମାନେ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ। ଫିଲ୍ଡିଂରେ ମଧ୍ୟ କିୱି ଟିମ୍‌ ଏକାଧିକ କ୍ୟାଚ୍‌ ଛାଡ଼ିଥିଲା। ତେଣୁ ଦଳକୁ ଆସନ୍ତାକାଲି ଏସବୁ ଦିଗ ଉପରେ ନଜର ରଖିବାକୁ ପଡ଼ିବ।

Related story