ମାଉଣ୍ଟ ମାଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ମାଉଣ୍ଟ ମାଙ୍ଗାନୁଇରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୨୪ ରନ୍ କରିଛି। ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୨୫ ରନ୍ କରିବାକୁ ପଡ଼ିବ।
ଭାରତ ପକ୍ଷରୁ ରୋହିତ ଶର୍ମା ୮୭ ରନ୍ (୯୬ ବଲ୍, ୯ ଚୌକା, ୩ ଛକା) କରିଥିବା ବେଳେ ଶିଖର ଧୱନ ୬୬ (୬୭ ବଲ୍, ୯ ଚୌକା) କରିଥିଲେ।
ବିରାଟ କୋହଲି ଆଜି ୪୫ଟି ବଲ୍ରୁ ୫ଟି ଚୌକା ସହାୟତାରେ ୪୩ ରନ୍ କରି ଆଉଟ୍ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ସେ ସୋଧିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ୪୮ ରନ୍ କରି ଅପରାଜିତ ରହିଥିବା ବେଳେ ଅମ୍ବାତି ରାୟୁଡୁ ୪୭ ରନ୍ କରିଥିଲେ। କେଦାର ଯାଦବ ୨୨ ରନ୍ କରି ଅପରାଜିତ ରହିଥିଲେ।
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ୍ ଓ ଟ୍ରେଣ୍ଟ୍ ବୋଲ୍ଟ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।