ସର୍ବାଧିକ ସ୍କୋର କରିବାରେ ଇଂଲଣ୍ଡ ନଂ-୧: ଭାରତ ମଧ୍ୟ ୫ ଥର ୪୦୦ରୁ ଅଧିକ ରନ୍‌ କରିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନିକିଆ କ୍ରିକେଟ୍‌ରେ ଇଂଲଣ୍ଡର ଅବିଶ୍ୱସନୀୟ ବିଶ୍ୱରେକର୍ଡ। ଟ୍ରେଣ୍ଡବ୍ରିଜରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଇଂଲଣ୍ଡ ୬ ଓ୍ୱିକେଟ୍ ହରାଇ ୪୮୧ ରନର ବିଶାଳ ସ୍କୋର କରିଛି। ଏଥିସହ ଇଂଲଣ୍ଡ ନିଜ ନାଁରେ ଥିବା ଦଳଗତ ବିଶ୍ୱରେକର୍ଡକୁ ମଧ୍ୟ ଭାଙ୍ଗିଛି। ପୂର୍ବରୁ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୩ ଓ୍ୱିକେଟରେ ୪୪୪ ରନ୍ କରିଥିଲା। ମ୍ୟାଚରେ ଜୋନି ବେୟାର୍ଷ୍ଟୋ ୯୨ ବଲରେ ୧୩୯ ଓ ଆଲେକ୍ସ ହେଲ୍ସ ସମାନ ୯୨ ବଲରେ ୧୪୭ ରନର ବିସ୍ଫରକ […]

625149-nvdk.

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନିକିଆ କ୍ରିକେଟ୍‌ରେ ଇଂଲଣ୍ଡର ଅବିଶ୍ୱସନୀୟ ବିଶ୍ୱରେକର୍ଡ। ଟ୍ରେଣ୍ଡବ୍ରିଜରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଇଂଲଣ୍ଡ ୬ ଓ୍ୱିକେଟ୍ ହରାଇ ୪୮୧ ରନର ବିଶାଳ ସ୍କୋର କରିଛି। ଏଥିସହ ଇଂଲଣ୍ଡ ନିଜ ନାଁରେ ଥିବା ଦଳଗତ ବିଶ୍ୱରେକର୍ଡକୁ ମଧ୍ୟ ଭାଙ୍ଗିଛି। ପୂର୍ବରୁ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୩ ଓ୍ୱିକେଟରେ ୪୪୪ ରନ୍ କରିଥିଲା। ମ୍ୟାଚରେ ଜୋନି ବେୟାର୍ଷ୍ଟୋ ୯୨ ବଲରେ ୧୩୯ ଓ ଆଲେକ୍ସ ହେଲ୍ସ ସମାନ ୯୨ ବଲରେ ୧୪୭ ରନର ବିସ୍ଫରକ ଇନିଂସ ଖେଳିଥିଲେ। ଜବାବରେ ଅଷ୍ଟ୍ରେଲିଆ ଟିମ୍ ମାତ୍ର ୨୩୯ରନରେଅଲଆଉଟ ହୋଇଯାଇଥିଲ। ଇଂଲଣ୍ଡ ୨୪୨ରନର ବୃହତ ବିଜୟ ଲାଭ କରିଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ  ବିଶ୍ୱ କ୍ରିକେଟ୍‌ରେ ଏପର୍ଯ୍ୟନ୍ତ ଦିନିକିଆରେ ୧୯ ଥର ୪୦୦ରୁ ଅଧିକ ରନ ସ୍କୋର୍‌ ବନିଛି। ଯେଉଁଥିରେ ଭାରତ ନାଁରେ ୫ଥର ୪୦୦ରନରୁ ଅଧିକ ସ୍କୋର୍‌ କରିବାର ରେକର୍ଡ ମଧ୍ୟ ରହିଛି।

୧- ୮ ଡିସେମ୍ବର ୨୦୧୧ରେ ଇନ୍ଦୋର୍ ଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଭାରତ ୫୦ ଓଭର ଖେଳି ୫ୱିକେଟ୍‌ ବିନିମୟରେ ୪୧୮ ରନ କରିଥିଲା। ଯେଉଁ ମ୍ୟାଚ୍‌ରେ ସେହୱାଗ୍‌ ୨୧୯ ରନ୍‌ର ପାଳି ଖେଳିଥିଲେ। ଏହି ମ୍ୟାଚ୍‌କୁ ଭାରତ ୧୫୩ ରନରେ ଜିତିଥିଲା।

୨- ୧୫ ଡିସେମ୍ବର ୨୦୦୯ରେ ରାଜକୋଟ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୮ ୱିକେଟ୍‌ ହରାଇ ୪୧୧ ରନ କରିଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ସେହୱାଗ ସର୍ବାଧିକ ୧୪୬ ରନ୍‌ର ଇଂନିସ ଖେଳିଥିଲେ। ଭାରତ ଏହି ମ୍ୟାଚ୍‌କୁ ୩ରନ୍‌ରେ ଜିତିନେଇଥିଲା।

୩- ୧୯ ମାର୍ଚ୍ଚ ୨୦୦୭ ବିଶ୍ୱକପରେ ବରମୁଣ୍ଡା ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ୪୦୦ ରନ ପୂରଣ କରିଥିଲା। ଏହି ମ୍ୟାଚ୍‌ରେ ଭାରତ ୫୦ ଓଭରରେ ୫ ୱିକେଟ୍‌ ହରାଇ ୪୧୩ ରନ ସ୍କୋର୍‌ କରିଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ସେହୱାଗ ୧୧୪ ରନ ସ୍କୋର କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଭାରତ ମ୍ୟାଚ୍‌କୁ ୨୫୭ ରନ୍‌ରେ ଜିତିନେଇଥିଲା।

୪- ୧୩ ନଭେମ୍ବର ୨୦୧୪ ଶ୍ରୀଲଙ୍କା ବିପକ୍ଷରେ କୋଲକାତା ଠାରେ ଭାରତ ୫ ୱିକେଟ୍‌ ହରାଇ ୪୦୪ ରନ ସ୍କୋର କରିଥିଲା। ଏହି ମ୍ୟାଚ୍‌ରେ ସର୍ବାଧିକ ୨୬୪ ରନ ସ୍କୋର କରି ରାତାରାତି ହିରୋ ହୋଇଯାଇଥିଲେ ରୋହିତ ଶର୍ମା। ଭାରତ ଏହି ମ୍ୟାଚ୍‌କୁ ୧୫୩ ରନ୍‌ରେ ଜିତିନେଇଥିଲା।

୫- ୨୪ ଫେବ୍ରୁଆରୀ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗ୍ୱାଲିୟର ମ୍ୟାଚ୍‌ରେ ଭାରତ ୩ ୱିକେଟ୍‌ ହରାଇ ୪୦୧ ରନ୍ କରିଥିଲା। ଏହି ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର ଦ୍ୱିଶତକୀୟ ଇଂନିସ ଖେଳିଥିଲେ। ଯାହା ଦିନିକିଆରେ ବିଶ୍ୱର ପ୍ରଥମ ଦ୍ୱିଶତକ ଥିଲା। ଏହି ମ୍ୟାଚ୍‌କୁ ଭାରତ ୧୫୩ ରନ୍‌ରେ ଜିତିନେଇଥିଲା।

 

 

 

Related story