ନ୍ୟୁଜିଲ୍ୟାଣ୍ଡ୍ ‘ଏ’କୁ ପୁଣି ହରାଇଲା ଭାରତୀୟ ପୁରୁଷ ହକି ଦଳ

ଅକଲାଣ୍ଡ: ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମକୁ ମିଳିଛି ଆଉ ଏକ ବିଜୟ। ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ୍ ‘ଏ’ ଟିମ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଶନିବାର ଦ୍ୱିତୀୟ ମ୍ୟାଚଟି ବି ଜିତି ଯାଇଛି। ନ୍ୟୁଜିଲ୍ୟାଣ୍ଡ୍ ‘ଏ’କୁ ଦଳ ୨-୧ରେ ପରାସ୍ତ କରି ଦେଇଛି। ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ‘ଏ’କୁ ୩-୧ରେ ହରାଇଥିଲା। ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ସିନିୟର ଟିମ୍ ସହିତ ଖେଳିବ। ନ୍ୟୁଜିଲ୍ୟାଣ୍ଡ୍ […]

indiahockey

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 02:18 PM IST

ଅକଲାଣ୍ଡ: ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମକୁ ମିଳିଛି ଆଉ ଏକ ବିଜୟ। ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ୍ ‘ଏ’ ଟିମ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଶନିବାର ଦ୍ୱିତୀୟ ମ୍ୟାଚଟି ବି ଜିତି ଯାଇଛି। ନ୍ୟୁଜିଲ୍ୟାଣ୍ଡ୍ ‘ଏ’କୁ ଦଳ ୨-୧ରେ ପରାସ୍ତ କରି ଦେଇଛି।

ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ‘ଏ’କୁ ୩-୧ରେ ହରାଇଥିଲା।

ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ସିନିୟର ଟିମ୍ ସହିତ ଖେଳିବ। ନ୍ୟୁଜିଲ୍ୟାଣ୍ଡ୍ ସିନିୟର ଟିମ୍ ସହିତ ଭାରତୀୟ ଦଳ ମୋଟ ୪ଟି ମ୍ୟାଚ୍ ଖେଳିବ। ଅକ୍ଟୋବର ୬ ତାରିଖରେ ନେଲସନଠାରେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ।

Related story