୧୭ ବର୍ଷରୁ କମ ଫିଫା ବିଶ୍ୱକପ: କ୍ରୀଡାମନ୍ତ୍ରୀ କହିଲେ ଶ୍ରେଷ୍ଠତ୍ୱ ପ୍ରମାଣିତ କରିବା ପାଇଁ ଭାରତ ନିକଟରେ ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବ ୧୭ ବର୍ଷରୁ କମ ଫିଫା ବିଶ୍ୱକପ। ଏହି  ବିଶ୍ୱକପରେ ୨୪ଟି ଦେଶ ଭାଗ ନେବେ। ଆସନ୍ତା ୬ରେ ମୁମ୍ବାଇରେ ଉଦଘାଟନୀ ମ୍ୟାଚ ଖେଳାଯିବ। ଏଥିରେ ତୁର୍କୀ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ତେବେ ଉଦଘାଟନୀ ଉତ୍ସବରେ ଦ୍ୱିତୀୟ ମ୍ୟାଚରେ ଭାରତ-ଆମେରିକାକୁ ଭେଟିବ। ସେହିପରି ୯ ତାରିଖରେ କଲମ୍ବିଆକୁ ଭେଟୁଥିବାବେଳେ ୧୨ରେ ଘାନାକୁ ଭେଟିବ। ଭାରତ ପ୍ରଥମ ଥର କୌଣସି ଫିଫା ବିଶ୍ୱକପ […]

312127_heroa

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 12:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବ ୧୭ ବର୍ଷରୁ କମ ଫିଫା ବିଶ୍ୱକପ। ଏହି  ବିଶ୍ୱକପରେ ୨୪ଟି ଦେଶ ଭାଗ ନେବେ। ଆସନ୍ତା ୬ରେ ମୁମ୍ବାଇରେ ଉଦଘାଟନୀ ମ୍ୟାଚ ଖେଳାଯିବ। ଏଥିରେ ତୁର୍କୀ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ତେବେ ଉଦଘାଟନୀ ଉତ୍ସବରେ ଦ୍ୱିତୀୟ ମ୍ୟାଚରେ ଭାରତ-ଆମେରିକାକୁ ଭେଟିବ। ସେହିପରି ୯ ତାରିଖରେ କଲମ୍ବିଆକୁ ଭେଟୁଥିବାବେଳେ ୧୨ରେ ଘାନାକୁ ଭେଟିବ। ଭାରତ ପ୍ରଥମ ଥର କୌଣସି ଫିଫା ବିଶ୍ୱକପ ଆୟୋଜନ କରୁଛି। ଏହାକୁ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଖୁସି ପ୍ରକାଶ କରିଛନ୍ତି।  ଏହା ବିଶ୍ୱର ଶ୍ରେଷ୍ଠ ବିଶ୍ୱକପ ଆୟୋଜନ ବୋଲି ଦେଶକୁ ପ୍ରମାଣିତ କରିବା ପାଇଁ ଏହା ଏକ ବଡ ସୁଯୋଗ ବୋଲି ସେ କହିଛନ୍ତି।

Related story