‘ବହୁବାର ଟିମ୍‌ରୁ ବାଦ୍‌ ପଡ଼ିବାରୁ ବଞ୍ଚାଇଛନ୍ତି ଧୋନି’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବହୁବାର ବିରାଟ କୋହଲୀଙ୍କୁ ଟିମ୍‌ରୁ ବାଦ୍‌ ପଡ଼ିବାରୁ ବଞ୍ଚାଇଛନ୍ତି। ଆଜି ଏପରି ବୟାନ ଦେଇଛନ୍ତି ବିଶ୍ୱର ଏକ ନମ୍ୱର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲୀ। ସେ କହିଛନ୍ତି,“ଧୋନିଙ୍କ ନେତୃତ୍ୱରେ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ୱାନ୍‌ଡେ ମ୍ୟାଚ ଖେଳିଥିଲି। ସେତେ ବେଳେ ଭଲ ଖେଳି ପାରୁନଥିଲି। ବ୍ୟାଟିଂରେ ବାରମ୍ୱାର ବିଫଳ ହେଉଥିଲି। ମାତ୍ର ସେହି ସମୟରେ ଧୋନି ମୋତେ ସମର୍ଥନ କରିବା ସହିତ ଦଳରେ ସାମିଲ […]

Virat Kohli

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 07:50 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବହୁବାର ବିରାଟ କୋହଲୀଙ୍କୁ ଟିମ୍‌ରୁ ବାଦ୍‌ ପଡ଼ିବାରୁ ବଞ୍ଚାଇଛନ୍ତି। ଆଜି ଏପରି ବୟାନ ଦେଇଛନ୍ତି ବିଶ୍ୱର ଏକ ନମ୍ୱର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲୀ।

ସେ କହିଛନ୍ତି,“ଧୋନିଙ୍କ ନେତୃତ୍ୱରେ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ୱାନ୍‌ଡେ ମ୍ୟାଚ ଖେଳିଥିଲି। ସେତେ ବେଳେ ଭଲ ଖେଳି ପାରୁନଥିଲି। ବ୍ୟାଟିଂରେ ବାରମ୍ୱାର ବିଫଳ ହେଉଥିଲି। ମାତ୍ର ସେହି ସମୟରେ ଧୋନି ମୋତେ ସମର୍ଥନ କରିବା ସହିତ ଦଳରେ ସାମିଲ କରିବାକୁ ଯୁକ୍ତି ବାଢ଼ିଥିଲେ।”

ସେ କହିଥିଲେ,“ଧୋନି ଏପରି ଜଣେ ବ୍ୟକ୍ତିତ୍ୱ ଯିଏ କ୍ୟାରିଅର ପ୍ରାରମ୍ଭରେ ମୋତେ ବହୁ ସାହାଯ୍ୟ କରିଛନ୍ତି। ଜଣେ ସଫଳ କ୍ରିକେଟିୟର ହେବା ପାଇଁ ବହୁ ସମୟ ଦେଇଛନ୍ତି। ଧୋନିଙ୍କ ସ୍ଥାନ ନେବା ଏତେ ସହଜ ନୁହେଁ। ଏପରିକି ତାଙ୍କୁ ଅନ୍ୟ କାହା ସହିତ ତୁଳନା କରିବା ଠିକ୍‌ ହେବନାହିଁ।”

Related story