ଭାରତ କନିଷ୍ଠ ଏସିଆ କପ୍ ହକି ଚାମ୍ପିଅନ

କୌଣ୍ଟନ୍ (ମାଲେସିଆ): ପାକିସ୍ତାନକୁ ୬-୨ ଗୋଲରେ ପରାସ୍ତ କରି ଭାରତ କନିଷ୍ଠ ଏସିଆ କପ୍ ହକି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ହରମନପ୍ରୀତ ସିଂହ ଭାରତ ପାଇଁ ଗୋଲ ଅଭିଯାନ ଆରମ୍ଭ କରିଥିଲେ। ଖେଳ ଆରମ୍ଭ ହେବାର ୧୫ ମିନିଟ୍ ମଧ୍ୟରେ ସେ ୨ଟି ଗୋଲ ଦେଇଥିଲେ। ଖେଳ ଆରମ୍ଭ ହେବାର ୨୮ ମିନିଟରେ ପାକିସ୍ତାନ ଗୋଟିଏ ଗୋଲ ଦେଇଥିଲା। ମାତ୍ର ହରମନପ୍ରୀତ ସିଂହଙ୍କ ହାଟ୍ରିକ୍ (୨୮ତମ ମିନିଟ) ଗୋଲ […]

junior-hockey-indian-team

Rakesh Mallick
  • Published: Sunday, 22 November 2015
  • , Updated: 23 November 2015, 03:44 AM IST

କୌଣ୍ଟନ୍ (ମାଲେସିଆ): ପାକିସ୍ତାନକୁ ୬-୨ ଗୋଲରେ ପରାସ୍ତ କରି ଭାରତ କନିଷ୍ଠ ଏସିଆ କପ୍ ହକି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ହରମନପ୍ରୀତ ସିଂହ ଭାରତ ପାଇଁ ଗୋଲ ଅଭିଯାନ ଆରମ୍ଭ କରିଥିଲେ। ଖେଳ ଆରମ୍ଭ ହେବାର ୧୫ ମିନିଟ୍ ମଧ୍ୟରେ ସେ ୨ଟି ଗୋଲ ଦେଇଥିଲେ। ଖେଳ ଆରମ୍ଭ ହେବାର ୨୮ ମିନିଟରେ ପାକିସ୍ତାନ ଗୋଟିଏ ଗୋଲ ଦେଇଥିଲା। ମାତ୍ର ହରମନପ୍ରୀତ ସିଂହଙ୍କ ହାଟ୍ରିକ୍ (୨୮ତମ ମିନିଟ) ଗୋଲ ଦେଇ ଭାରତକୁ ୩-୧ରେ ଆଗୁଆ କରାଇଥିଲେ।

ଦ୍ୱିତୀୟ ହାପର ପ୍ରାରମ୍ଭରୁ ଅରମାନ କ୍ୟୁରେସୀ (୪୪ତମ ମିନିଟ) ଓ ମାନପ୍ରୀତ (୫୦ତମ ମିନିଟ)ରେ ଦୁଇଟି ଗୋଲ ଦେଇଥିଲେ। ୫୩ତମ ମିନିଟରେ ହରମନପ୍ରୀତ ପୁଣି ଏକ ଗୋଲ ଦେଇଥିଲେ। ଖଳର ୬୮ତମ ମିନିଟରେ ପାକିସ୍ତାନ ଦ୍ୱିତୀୟ ଗୋଲ ଦେଇ ବ୍ୟବଧାନକୁ ୬-୨କୁ କମାଇଥିଲେ।

ଗତକାଲି ଭାରତ ଜାପାନକୁ ୬-୧ରେ ହରାଇ ଫାଇନାଲରେ ପହଞ୍ଚିଥିଲା।

Related story