ଇଣ୍ଡିଆ-ଆର୍ୟଲାଣ୍ଡ ଟି-ଟ୍ୱେଣ୍ଟି: କାଲି ଦ୍ୱିତୀୟ ମୁକାବିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ୟଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି କାଲି ଖେଳାଯିବ। ପ୍ରଥମ ମ୍ୟାଚରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହି ମ୍ୟାଚ୍‌ରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ରହିଛି। ଲୋକେଶ ରାହୁଲ, କାର୍ତ୍ତିକ ଓ ଉମେଶ ଯାଦବଙ୍କୁ ଟିମ୍‌ ଇଲେଭେନରେ ସ୍ଥାନ ମିଳିପାରେ। ପ୍ରଥମ ଟି-ଟ୍ୱେଣ୍ଟି ପରେ ଭାରତର ଅଧିନାୟକ କହିଥିଲେ ଯେ, ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍‌ରେ ସବୁ ଖେଳାଳିଙ୍କୁ ସଯୋଗ ମିଳିବା ଦରକାର। ଆର୍ୟଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ପରେ ଭାରତ ଇଂଲଣ୍ଡ ବିପକ୍ଷରେ […]

ind-vs-ire759

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ୟଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି କାଲି ଖେଳାଯିବ। ପ୍ରଥମ ମ୍ୟାଚରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହି ମ୍ୟାଚ୍‌ରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ରହିଛି। ଲୋକେଶ ରାହୁଲ, କାର୍ତ୍ତିକ ଓ ଉମେଶ ଯାଦବଙ୍କୁ ଟିମ୍‌ ଇଲେଭେନରେ ସ୍ଥାନ ମିଳିପାରେ।

ପ୍ରଥମ ଟି-ଟ୍ୱେଣ୍ଟି ପରେ ଭାରତର ଅଧିନାୟକ କହିଥିଲେ ଯେ, ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍‌ରେ ସବୁ ଖେଳାଳିଙ୍କୁ ସଯୋଗ ମିଳିବା ଦରକାର। ଆର୍ୟଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ପରେ ଭାରତ ଇଂଲଣ୍ଡ ବିପକ୍ଷରେ ଲମ୍ବା ସିରିଜ  ଖେଳିବାକୁ ଯାଉଛି। ଯେଉଁଥିରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍‌ ସାମିଲ। ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ କିପରି ମାତ୍‌ ଦେବ ସେଥିପାଇଁ ଭାରତ ଏକ ନୂଆ ରଣକୌଶଳ ସହିତ ପଡ଼ିଆକୁ ଓହ୍ଲାଇବ।

Related story