ବର୍ଷା ରୋକି ପାରିଲାନି ଦର୍ଶକଙ୍କ ଉତ୍ସାହ: ଛତା ଧରି ଓ ରେନ୍‌କୋଟ୍‌ ପିନ୍ଧି ଉପଭୋଗ କଲେ ମ୍ୟାଚ୍‌, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେମିଫାଇନାଲ ମ୍ୟାଚରେ ଭାରତକୁ ଭାରି ପଡିଲା ବର୍ଷା। ଆର୍ଜେଣ୍ଟିନାକୁ ଟକ୍କର ଦେଲା, ହେଲା ସୁଯୋଗ ହାତ ଛଡା କରିବାରୁ ମ୍ୟାଚ୍ ହାରିଲା ଭାରତ। ପ୍ରବଳ ବର୍ଷା ସତ୍ୱେ ଛତା ଓ ରେନ୍ କୋଟ୍ ପିନ୍ଧି ଶହଶହ ଦର୍ଶକ ଭାରତକୁ ଚିୟର ଅପ୍ କରିଥିଲେ ଯାହାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ବି ପ୍ରଶଂସା କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଭିଜୁଥିଲେ ଦର୍ଶକ ତା ଭିତରେ ଥିଲା ଜୋସ୍। କାରଣ ପଡିଆରେ ଥିଲେ ଟିମ୍ ଇଣ୍ଡିଆର ଖେଳାଳି। ଫାଇନାଲ ଯିବା […]

Rain-1

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 08:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେମିଫାଇନାଲ ମ୍ୟାଚରେ ଭାରତକୁ ଭାରି ପଡିଲା ବର୍ଷା। ଆର୍ଜେଣ୍ଟିନାକୁ ଟକ୍କର ଦେଲା, ହେଲା ସୁଯୋଗ ହାତ ଛଡା କରିବାରୁ ମ୍ୟାଚ୍ ହାରିଲା ଭାରତ। ପ୍ରବଳ ବର୍ଷା ସତ୍ୱେ ଛତା ଓ ରେନ୍ କୋଟ୍ ପିନ୍ଧି ଶହଶହ ଦର୍ଶକ ଭାରତକୁ ଚିୟର ଅପ୍ କରିଥିଲେ ଯାହାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ବି ପ୍ରଶଂସା କରିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଭିଜୁଥିଲେ ଦର୍ଶକ ତା ଭିତରେ ଥିଲା ଜୋସ୍। କାରଣ ପଡିଆରେ ଥିଲେ ଟିମ୍ ଇଣ୍ଡିଆର ଖେଳାଳି। ଫାଇନାଲ ଯିବା ଲକ୍ଷ୍ୟରେ ଓ୍ୱାର୍ଲଡ ନମ୍ବର ଓ୍ୱାନ୍ ଆର୍ଜେଣ୍ଟିନା ସହ ମୁହାଁମୁହିଁ ହୋଇଥିଲା ଟିମ୍। ନିଜ ପ୍ରିୟ ଟିମକୁ ଚିୟର୍ ଅପ୍ କରିବା ଲାଗି ଦୁଇ ଗ୍ୟାଲେରୀରେ ଦର୍ଶକ ଥିଲେ ଭରପୁର। ବର୍ଷା ସତ୍ତ୍ୱେ ଛତା ଓ ରେନ୍ କୋଟ୍ ପିନ୍ଧି ପୁରା ମ୍ୟାଚ ଦେଖିବା ସହ ଚିୟର୍ ଅପ୍ କରିଥିଲେ ଘରୋଇ ଦଳକୁ  ହେଲେ ସେମିଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାଠାରୁ ୧-୦ ଗୋଲରେ ହାରିଯାଇଥିଲା ଭାରତ।  ତେବେ ହକି ପ୍ରତି ଭୁବନେଶ୍ୱର ଦର୍ଶକଙ୍କ କ୍ରେଜ୍ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି।

କଣ ପାଇଁ ଫେଲ୍ ମାରିଲା ଟିମ୍ ଇଣ୍ଡିଆର ଷ୍ଟ୍ରାଟେଜି? ପ୍ରତିକୂଳ ପାଗ ସାଜିଲା କି କାରଣ? ତେବେ ବର୍ଷାକୁ ପରାଜୟର କାରଣ ମାନିବାକୁ ନାରାଜ ଭାରତୀୟ ଖେଳାଳି। ବର୍ଷା ସହ ଖରାପ ପାଗ ଦୁଇ ଦଳ ପାଇଁ ସମାନ ପ୍ରଭାବ ପକାଇଥିଲା। ଆର୍ଜେଣ୍ଟିନା ଅପେକ୍ଷା ଭାରତ ଆଟାକିଂ ବି ଖେଳିଥିଲା। ହେଲେ ମିଳଥିବା ସୁଯୋଗ ହାତ ଛଡା ହେଲା ବୋଲି କହିଛନ୍ତି କ୍ୟାପଟେନ୍ ମନପ୍ରୀତ ସିଂ। ସେପଟେ ଭାରତର ପରାଜୟ ପାଇଁ ପେନାଲଟି କର୍ଣ୍ଣରକୁ ଗୋଲରେ କନର୍ଭଟ କରି ନ ପାରିବାର କ୍ଷମତାକୁ ଦାୟୀ କରିଛନ୍ତି ପୂର୍ବତନ ହକି ଖେଳାଳି।

https://www.youtube.com/watch?v=hAKPCkHXV1Y

Related story