ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଯୋଗୁ ମ୍ୟାଚ୍ ଦୁଇ ୨ ଘଣ୍ଟା ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରୋହିତ୍ ଶର୍ମା ଓ ଶିଖର ଧୱନ୍ ଓପନ୍ କରିବେ। ଚୂଡ଼ାନ୍ତ ଏକାଦଶରୁ ଲୋକେଶ ରାହୁଲ୍ […]

toss

toss

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 08:46 PM IST

Sports

Latest News

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଯୋଗୁ ମ୍ୟାଚ୍ ଦୁଇ ୨ ଘଣ୍ଟା ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରୋହିତ୍ ଶର୍ମା ଓ ଶିଖର ଧୱନ୍ ଓପନ୍ କରିବେ। ଚୂଡ଼ାନ୍ତ ଏକାଦଶରୁ ଲୋକେଶ ରାହୁଲ୍ ବାଦ୍ ପଡ଼ିଥିବା ବେଳେ ଶ୍ରେୟସ୍ ଆୟରଙ୍କୁ ସୁଯୋଗ ମିଳିଛି। ସେହିପରି କେଦାର ଯାଦବଙ୍କ ଉପରେ ବିରାଟ୍ ଭରସା ଦେଖାଇଛନ୍ତି। ବିରାଟ୍ ଟିମରେ ତିନିଜଣ ପେସର୍ ଯଥା ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ଖଲୀଲ ଅହମ୍ମଦଙ୍କୁ ସାମିଲ୍ କରିଛନ୍ତି। ଦୁଇ ସ୍ପିନର୍ ଭାବେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ୍ ସ୍ଥାନ ପାଇଛନ୍ତି।

ଭାରତ ଏକାଦଶ: ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, କେଦାର ଯାଦବ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଖଲୀଲ ଅହମ୍ମଦ, କୁଲଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରିସ୍ ଗେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍ (ୱିକେଟକିପର), ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), ଫାବିଆନ୍ ଆଲେନ୍, କାର୍ଲସ୍ ବ୍ରାଥୱେଟ୍, କେମାର ରୋଚ୍, ଶେଲଡନ୍ କଟ୍ଟରେଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos