ଭାରତ ଆଗରେ ପୁଣି ମାଟି କାମୁଡିଲା ପାକିସ୍ତାନ: ଏସିଆ କପ ଫାଇନାଲରେ ମ୍ୟାନ୍‌ ଇନ୍-ବ୍ଲୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ। ଲଗାତର ଭାବେ ଭାରତୀୟ ହକି ଟିମ୍‌ର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ଢାକାରେ ଚାଲିଥିବା ଏସିଆ କପ୍‌ ହକି ପ୍ରତିଯୋଗିତର ସୁପର-୪ ମୁକାବିଲାରେ ଆଜିର ମ୍ୟାଚରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଛି। ମ୍ୟାଚର ୩୯ ମିନିଟରେ ଭାରତ ପକ୍ଷରୁ ସତବୀର ସିଂହ ଏକ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ଏହାପରେ ହରମନପ୍ରୀତ ସିଂହ , ଲଳିତ ଉପାଧ୍ୟାୟ, ଗୁରଜାନ୍ତ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 10:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ। ଲଗାତର ଭାବେ ଭାରତୀୟ ହକି ଟିମ୍‌ର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ଢାକାରେ ଚାଲିଥିବା ଏସିଆ କପ୍‌ ହକି ପ୍ରତିଯୋଗିତର ସୁପର-୪ ମୁକାବିଲାରେ ଆଜିର ମ୍ୟାଚରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଛି। ମ୍ୟାଚର ୩୯ ମିନିଟରେ ଭାରତ ପକ୍ଷରୁ ସତବୀର ସିଂହ ଏକ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ଏହାପରେ ହରମନପ୍ରୀତ ସିଂହ , ଲଳିତ ଉପାଧ୍ୟାୟ, ଗୁରଜାନ୍ତ ସିଂହ  ଗୋଟିଏ ଲେଖାଁଏ ଗୋଲ ସ୍କୋର କରି ପାକିସ୍ତାନ ପାଇଁ ଚିନ୍ତା ବଢାଇ ଦେଇଥିଲେ। ଏହି ବିଜୟ ସହ ଭାରତ ଆସନ୍ତା କାଲି ହେବାକୁ ଥିବା ଫାଇନାଲରେ ପ୍ରବେଶ କରିଛି। ଏସିଆ କପ ସୁପର-୪ ମୁକାବିଲାର ପ୍ରଥମ ମ୍ୟାଚରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଟିତ ହୋଇଥିଲା, ଯାହା ୧-୧ରେ ବରାବର ରହିଥିଲା। ପରେ ଦ୍ୱିତୀୟ ମ୍ୟାଚ୍‌ରେ ମାଲେସିଆକୁ ୬-୨ ଗୋଲରେ ମାତ୍‌ ଦେଇଥିଲା ଭାରତ।

Related story