ଦୀପାବଳି ଧମାକା: ଏସିଆ କପ ହକିରେ ମାଲେସିଆକୁ ୬-୨ ଗୋଲରେ ମାତ୍ ଦେଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଦୀପାବଳି ଧମାକା। ଢାକାରେ ଖେଳାଯାଉଥିବା ଏସିଆ କପ ହକି ପ୍ରତିଯୋଗିତାର ସୁପର-୪ ମୁକାବିଲାରେ ଆଜି ମାଲେସିଆକୁ ୬-୨ ଗୋଲରେ ମାତ୍‌ ଦେଇଛି ଭାରତ। ବୁଧବାର ଖେଳାଯାଇଥିବା ସୁପର-୪ରେ ପ୍ରଥମ ମ୍ୟାଚ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଟିତ ହୋଇଥିଲା, ଯାହା ୧-୧ରେ ବରାବର ରହିଥିଲା। ଏବଂ ମାଲେସିଆ ବିପକ୍ଷ ଆଜିର ମ୍ୟାଚ୍‌ରେ ବିଜୟ ସହ ଭାରତ ପାଇନାଲରେ ପହଞ୍ଚିବା ପାଇଁ ପାଇଁ ରାସ୍ତା ମଜଭୁତ୍ କରିଛି। ଚଳିତ ପ୍ରତିଯୋଗିତାରେ ଅପରାଜୟ […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 09:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଦୀପାବଳି ଧମାକା। ଢାକାରେ ଖେଳାଯାଉଥିବା ଏସିଆ କପ ହକି ପ୍ରତିଯୋଗିତାର ସୁପର-୪ ମୁକାବିଲାରେ ଆଜି ମାଲେସିଆକୁ ୬-୨ ଗୋଲରେ ମାତ୍‌ ଦେଇଛି ଭାରତ। ବୁଧବାର ଖେଳାଯାଇଥିବା ସୁପର-୪ରେ ପ୍ରଥମ ମ୍ୟାଚ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଟିତ ହୋଇଥିଲା, ଯାହା ୧-୧ରେ ବରାବର ରହିଥିଲା। ଏବଂ ମାଲେସିଆ ବିପକ୍ଷ ଆଜିର ମ୍ୟାଚ୍‌ରେ ବିଜୟ ସହ ଭାରତ ପାଇନାଲରେ ପହଞ୍ଚିବା ପାଇଁ ପାଇଁ ରାସ୍ତା ମଜଭୁତ୍ କରିଛି। ଚଳିତ ପ୍ରତିଯୋଗିତାରେ ଅପରାଜୟ ଥିବା ମାଲେସିଆ ପ୍ରଥମ ଥର ପାଇଁ ପରାସ୍ତ ହୋଇଛି। ବର୍ତ୍ତମାନ ସୁପର-୪ରେ ଭାରତ ୨ଟି ମ୍ୟାଚ୍‌ ଖେଳି ୪ ଅଙ୍କ ସହ ଟେବୁଲରେ ଶୀର୍ଷରେ ରହିଥିବା ବେଳେ ମାଲେସିଆ ୩ ଅଙ୍କ ସହ ଦ୍ୱିତୀୟ, ଦକ୍ଷିଣ କୋରିଆ ୨ ଅଙ୍କ ସହ ତୃତୀୟ ଓ ପାକିସ୍ତାନ ୨ଟି ମ୍ୟାଚ୍‌ରୁ ମାତ୍ର ୧ଅଙ୍କ ସହ ଟେବୁଲରେ ଶେଷ ସ୍ଥାନରେ ରହିଛି।

Related story