ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇ ଦିନିକିଆ ହାରିବା ପରେ ପୁନେ ଦିନିକିଆକୁ ଜିତିନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ହରାଇ ମ୍ୟାଚ୍କୁ ନିଜ ନାଁରେ କରିଛି ଇଣ୍ଡିଆ। ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୦ ରନ୍ କରିଥିଲା। ୨୩୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୬୮ ରନ୍ କରି ଆଉଟ୍ ହେବାପରେ ଦିନେଶ କାର୍ତ୍ତିକ ୬୪ ରନର ଅପରାଜିତ ପାଳି ଖେଳି ଟିମ୍କୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜ ୧-୧ରେ ବରାବାର ରହିଛି। ଭାରତୀୟ ବୋଲର ଆଜି ଆକର୍ଷଣୀୟ ବୋଲିଂ କରିଥିଲେ। ଭୁବନେଶ୍ୱର କୁମାର ୩ଟି ୱିକେଟ୍ ନେଇଥିବା ବେଳେ ବୁମରା, ଚହଲ ୨ଟି ଲେଖାଁଏ ୱିକେଟ୍ ନେଇଥିଲେ।