ଦ୍ୱିତୀୟ ଟି-୨୦: ଭାରତ ଆଗରେ ୧୫୦ ରନର ଟାର୍ଗେଟ୍

ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୯ ରନ୍ କରିଛି । ଫଳରେ ଭାରତକୁ ମୁକାବିଲା ଜିତିବା ପାଇଁ ଭାରତକୁ ୧୫୦ ରନ୍ କରିବାକୁ ପଡ଼ିବ। ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମ ୧୦ ଓଭରରେ ଭଲ ବ୍ୟାଟିଂ କରିଥିଲେ ହେଁ, ଶେଷ ୧୦ ଓଭରରେ ରନ୍ […]

INDIA1

INDIA1

Ranjit Kumar Jena
  • Published: Wednesday, 18 September 2019
  • Updated: 18 September 2019, 08:39 PM IST

Sports

Latest News

ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୯ ରନ୍ କରିଛି । ଫଳରେ ଭାରତକୁ ମୁକାବିଲା ଜିତିବା ପାଇଁ ଭାରତକୁ ୧୫୦ ରନ୍ କରିବାକୁ ପଡ଼ିବ।

ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମ ୧୦ ଓଭରରେ ଭଲ ବ୍ୟାଟିଂ କରିଥିଲେ ହେଁ, ଶେଷ ୧୦ ଓଭରରେ ରନ୍ ଗତିରେ ଅଙ୍କୁଶ ଲାଗିଥିଲା, ଯେଉଁକାରଣରୁ ଭ୍ରମଣକାରୀ ଟିମ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକ୍ ସର୍ବାଧିକ ୫୨ ଓ ଡେବ୍ୟୁଟାଣ୍ଟ ତେମ୍ବା ବାଭୁମା ୪୯ ରନ୍ କରିଥିଲେ।

ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲା। ବିଶେଷକରି କ୍ୟାପଟେନ୍ ଡି'କକ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଉଚିତ୍ ମୁକାବିଲା କରିଥିଲେ। କିନ୍ତୁ ଓପନିଂ ପାର୍ଟନର୍ ରୀଜା ହେଣ୍ଡ୍ରିକ୍ସ (୬) ନିରାଶ କରିଥିଲେ।

ଦକ୍ଷିଣ ଆଫ୍ରିକାର ସ୍କୋର ୩୧ ଥିବା ବେଳେ ହେଣ୍ଡ୍ରିକ୍ସଙ୍କୁ ଦୀପକ ଚହର୍ ପ୍ୟାଭିଲିୟନ୍ ପଠାଇଥିଲେ । ଏହା ପରେ ଡି'କକଙ୍କୁ ସାଥ୍ ଦେଇଥିଲେ ବାଭୁମା । ଦୁହେଁ ଓଭର ପିଛା ୮ ଲେଖାଏ ରନ୍ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଏହା ମଧ୍ୟରେ ଡି'କକ୍ ୩୫ ବଲରେ ନିଜର ତୃତୀୟ ଟି-୨୦ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ ଅର୍ଦ୍ଧଶତକ ପରେ ତାଙ୍କୁ ନଭଦୀପ ସାଇନି ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ।

ଡି'କକ୍ ନିଜ ଇନିଂସରେ ୩୭ ବଲରେ ୮ ଚୌକା ମାରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ବାଭୁମାଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ। ଡି'କକଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଭାନ୍ ଡର୍ ଡୁସେନ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ବାଭୁମା ଓ ଅଭିଜ୍ଞ ଡେଭିଡ୍ ମିଲର୍ ୩୬ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ହେବା ପରେ ଦଳର ରନ୍ ଗତି କମିଯାଇଥିଲା। ବାଭୁମାଙ୍କୁ ଦୀପକ ଚହର ଆଉଟ୍ କରିଥିବା ବେଳେ ମିଲର୍ (୧୮)ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ଲିନ୍ ବୋଲ୍ଡ କରିଥିଲେ। ଡ୍ୱେନ୍ ପ୍ରିଟୋରିୟସ୍ ୧୦ ଓ ଆଣ୍ଡିଲେ ଫେଲୁକୱାୟୋ ୮ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଦୀପକ ଚହର୍ ୨ଟି ୱିକେଟ୍ ନେଇଥିବା ବେଳେ ସାଇନି, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story