ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଦ୍ୱିତୀୟ ଇନିଂସରେ ଭାରତ ୧୨୫/୨

ମୋହାଲି: ମୋହାଲି ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ଇନିଂସ ଲିଡ୍ ନେଇଛି ଭାରତ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୨ ୱିକେଟ ହରାଇ ୧୨୫ ରନ କରିଛନ୍ତି । ପ୍ରଥମ ଇନିଂସ ଅଗ୍ରଣୀକୁ ଭିତ୍ତି କରି ଭାରତ ଏବେ ୧୪୨ ରନ ଲିଡରେ ରହିଛି। ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ ୨୦୧ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୧୮୪ ରନ୍ କରିବାକୁ ସକ୍ଷମ ହୋଇଛି। ଦଳ […]

India South Africa Cricket

Rakesh Mallick
  • Published: Friday, 06 November 2015
  • , Updated: 06 November 2015, 05:43 PM IST

ମୋହାଲି: ମୋହାଲି ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ଇନିଂସ ଲିଡ୍ ନେଇଛି ଭାରତ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୨ ୱିକେଟ ହରାଇ ୧୨୫ ରନ କରିଛନ୍ତି । ପ୍ରଥମ ଇନିଂସ ଅଗ୍ରଣୀକୁ ଭିତ୍ତି କରି ଭାରତ ଏବେ ୧୪୨ ରନ ଲିଡରେ ରହିଛି। ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ ୨୦୧ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୧୮୪ ରନ୍ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଡିଭିଲିୟର୍ସ ସର୍ବାଧିକ ୬୩ ରନ୍ କରିଥିଲେ। ଆଜି ଭାରତୀୟ ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକାର ସମେସ୍ତ ୧୦ଟି ୱିକେଟ ଭାରତର ୩ ସ୍ପିନର ନିଜ ମଧ୍ୟରେ ବାଣ୍ଟି ନେଇଥିଲେ।  ଅଶ୍ୱନୀ ୫୧ ରନ ଦେଇ ୫ ୱିକେଟ ନେଇଥିବା ବେଳେ ଜାଡେଜା ୫୫ ରନ ବ୍ୟୟରେ ୩ ଓ ଅମିତ ମିଶ୍ରା ୫୫ ରନ ଦେଇ ୨ ୱିକେଟ ଅକ୍ତିଆର କରିଛନ୍ତି।

ଦକ୍ଷିଣ ଆଫ୍ରିକା ଅଲଆଉଟ ହେବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ଶିଖର ଧୱନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଅନ୍ୟତମ ଓପନର ମୂରଲୀ ବିଜୟ ୪୭ ରନ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିଣତ କରିପାରି ନ ଥିଲେ । ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଚେତେଶ୍ୱର ପୂଜାରା ୬୩ ଓ କୋହିଲ ୧୧ ରନ କରି ଅପରାଜିତ ରହିଛନ୍ତି।

Related story