ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ମହାଲି: ଆସନ୍ତାକାଲି ମୋହାଲିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଟି-ଟ୍ୱେଣ୍ଟି ଓ ଦିନିକିଆରେ ଭାରତର ପରାଜିତ ହୋଇଛି। ଏଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସ୍ୱତନ୍ତ୍ର ରଣନୀତି ନେଇ ପଡିଆ ଓହ୍ଲେଇବ ଭାରତୀୟ ଦଳ। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନକୁ ଧ୍ୱଂସ କରିବାକୁ ଭାରତ ସମ୍ଭାବିତ ୫ଜଣ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପେସ ବୋଲଙ୍କ ବଦଳରେ ସ୍ପିନ ବୋଲରଙ୍କୁ ପ୍ରାଧ୍ୟାନ୍ୟ ଦେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି। […]

Amit-aswini-jadeja

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 03:56 PM IST

ମହାଲି: ଆସନ୍ତାକାଲି ମୋହାଲିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଟି-ଟ୍ୱେଣ୍ଟି ଓ ଦିନିକିଆରେ ଭାରତର ପରାଜିତ ହୋଇଛି। ଏଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସ୍ୱତନ୍ତ୍ର ରଣନୀତି ନେଇ ପଡିଆ ଓହ୍ଲେଇବ ଭାରତୀୟ ଦଳ। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନକୁ ଧ୍ୱଂସ କରିବାକୁ ଭାରତ ସମ୍ଭାବିତ ୫ଜଣ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପେସ ବୋଲଙ୍କ ବଦଳରେ ସ୍ପିନ ବୋଲରଙ୍କୁ ପ୍ରାଧ୍ୟାନ୍ୟ ଦେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି। ଆହତ କାରଣରୁ ବାଦ ପଡିଥିବା ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱୀନ୍ ଓ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ତାଙ୍କ ସାଥ ଦେବେ ଦଳର ଅଭିଜ୍ଞ ବୋଲର ଅମିତ ମିଶ୍ରା। ଗତକାଲି ଖେଳା ହେବାକୁ ଟେଷ୍ଟ ମ୍ୟାଚରେ ସମ୍ଭାବିତ ଦଳରେ ଶିଖର ଧୱାନ୍, ମୁରଲୀ ବିଜୟ, ଆଜିଙ୍କ୍ୟ ରାହାଣେ, ବିରାଟ କୋହଲି (ଅଧିନାୟକ), ଚେତ୍ତେଶ୍ୱର ପୂଜାରା/ ରୋହିତ ଶର୍ମା, ରିଦ୍ଧିମାନ ଶାହା, ଆର ଅଶ୍ୱୀନି, ରବୀନ୍ଦ୍ର ଜାଡେଜା, ଅମିତ ମିଶ୍ରା ଓ ୟୁମେଶ ଯାଦବ/ବରୁଣ ଆରୋନ୍ ଓ ଭୁବନେଶ୍ୱର କୁମାରକୁ ନେଇ ଦଳ ପଡିଆକୁ ଓହ୍ଲେଇ ପାରେ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଦଳ ଭାରତୀୟ ବ୍ୟାଟିଂ ଓ ବୋଲିଂକୁ ମାତ ଦେବାକୁ ୬ ବ୍ୟାଟ୍ସମ୍ୟାନ ଓ ୪ ବୋଲରଙ୍କୁ ନେଇ ପଡିଆ ଓହ୍ଲେଇବ। ମୋହାଲିରେ ଖେଳାଯାଇଥିବା ଗତ ୫ଟି ଟେଷ୍ଟ ମ୍ୟାଚରୁ ଭାରତ ପ୍ରଥମ ଦୁଇଟିରେ ବିଜୟ ହାସଲ କରିଥିବାବେଳେ ତୃତୀୟ ମ୍ୟାଚରେ ପରାଜୟ ଓ ଶେଷ ଦୁଇଟି ମ୍ୟାଚ ଡ୍ର ରଖିଛି। ସେହିପରି ଦକ୍ଷିଣ ଆଫ୍ରିକା ଏହି ଷ୍ଟାଡିୟମରେ ୫ଟି ଖେଳି ୩ଟି ମ୍ୟାଚ ଡ୍ର ରଖିଥିବା ବେଳେ ୨ଟି ମ୍ୟାଚରେ ବିଜୟୀ ହୋଇଛି।

Related story