ରାଞ୍ଚି ଟେଷ୍ଟ, ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକାର ଟେଷ୍ଟ୍‌ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରାଞ୍ଚିରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ତା’ର ଚୂଡ଼ାନ୍ତ ୧୧ ଜଣିଆ ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ପେସ୍‌ ବୋଲର ଇଶାନ୍ତ ଶର୍ମାଙ୍କ ସ୍ଥାନରେ ବାମହାତୀ ସ୍ପିନର ଶାହବାଜ ନଦୀମଙ୍କୁ ସୁଯୋଗ ଦିଆଯାଇଛି। ନଦୀମଙ୍କର ଏହା ଡେବ୍ୟୁ ଟେଷ୍ଟ୍‌। ନଦୀମ ଘରୋଇ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ […]

VIRAT

Subhransu Sekhar
  • Published: Saturday, 19 October 2019
  • , Updated: 19 October 2019, 10:00 AM IST

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକାର ଟେଷ୍ଟ୍‌ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରାଞ୍ଚିରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ତା’ର ଚୂଡ଼ାନ୍ତ ୧୧ ଜଣିଆ ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ପେସ୍‌ ବୋଲର ଇଶାନ୍ତ ଶର୍ମାଙ୍କ ସ୍ଥାନରେ ବାମହାତୀ ସ୍ପିନର ଶାହବାଜ ନଦୀମଙ୍କୁ ସୁଯୋଗ ଦିଆଯାଇଛି। ନଦୀମଙ୍କର ଏହା ଡେବ୍ୟୁ ଟେଷ୍ଟ୍‌। ନଦୀମ ଘରୋଇ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ମିଳିଛି।

ରାଞ୍ଚି ପିଚ୍ ସ୍ପିନରଙ୍କୁ ଅଧିକ ସୁହାଇବ ବୋଲି ଜଣାପଡ଼ିଛି। ତେଣୁ ଭାରତ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ନଦୀମଙ୍କୁ ସୁଯୋଗ ଦେଇଛି। ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଡେଜାଙ୍କୁ ସାଥ୍ ଦେବେ ନଦୀମ।

ଭାରତ ଏହି ତିନି ଟିକିଆ ଟେଷ୍ଟ ସିରିଜି ଜିତି ସାରିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଶାଖାପାଟନା ଏବଂ ପୁଣେରେ ଯଥାକ୍ରମେ ୨୦୩ ଏବଂ ୧୩୭ ରନ୍‌ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ରାଞ୍ଚି ଟେଷ୍ଟ ଜିତି ଟିମ୍ ଇଣ୍ଡିଆ ଏହି ସିରିଜ୍‌କୁ କ୍ଲିନ୍ ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି।

Related story