ଆଜି ତୃତୀୟ ଦିନିକିଆ: ଇତିହାସ ରଚିବାକୁ ଭାରତକୁ ଦରକାର ଗୋଟିଏ ବିଜୟ

କେପ୍‌ଟାଉନ୍‌: ଆଜି ତୃତୀୟ ଦିନିକିଆରେ କେପ୍‌ଟାଉନ୍‌ରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା। ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ପାଦେ ଆଗକୁ ବଢ଼ିବା ସହ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ। କାରଣ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଲଗାତାର ୩ଟି ଦିନିକିଆ କେବେ ବି ଜିତି ନଥିବା ଭାରତ। ବର୍ତ୍ତମାନର ଭାରତୀୟ ଖେଳାଳିଙ୍କ ଫର୍ମକୁ ଦେଖିଲେ ଏଥର ସେହି ଆଶା […]

indian team

Rakesh Mallick
  • Published: Wednesday, 07 February 2018
  • , Updated: 07 February 2018, 04:09 PM IST

କେପ୍‌ଟାଉନ୍‌: ଆଜି ତୃତୀୟ ଦିନିକିଆରେ କେପ୍‌ଟାଉନ୍‌ରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା। ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ପାଦେ ଆଗକୁ ବଢ଼ିବା ସହ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ। କାରଣ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଲଗାତାର ୩ଟି ଦିନିକିଆ କେବେ ବି ଜିତି ନଥିବା ଭାରତ। ବର୍ତ୍ତମାନର ଭାରତୀୟ ଖେଳାଳିଙ୍କ ଫର୍ମକୁ ଦେଖିଲେ ଏଥର ସେହି ଆଶା ପୂରଣ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

୬ ଟିକିଆ ସିରିଜରେ ପ୍ରଥମ ଦୁଇଟି ଦିନିକିଆ ଜିତି ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ସେପଟେ ଘରୋଇ ଦଳ ପାଇଁ ଆହତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ଷ୍ଟେନ୍, ଡୁପ୍ଲେସି, ଏବି ଡିଭିଲିୟର୍ସ୍ ଏବଂ କ୍ୱିଣ୍ଟନ ଡି କକ୍ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି। ଯାହା ଟିମ୍‌ର ଉଭୟ ବୋଲିଂ ଏବଂ ବ୍ୟାଟିଂରେ ବହୁତ ପ୍ରଭାବ ପକାଇବ। ଏହାବାଦ ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଘରୋଇ ଦଳର ମୁଣ୍ଡବିନ୍ଧା ବଢାଇ ଦେଇଛି।

Related story