ଜୋହାନ୍ସବର୍ଗ ଟେଷ୍ଟ: ଦ୍ୱିତୀୟ ଦିନରେ ଚମକିଲେ ବୁମ୍ରା

ଜୋହାନ୍ସବର୍ଗ: ଜୋହାନ୍ସବର୍ଗରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଭାରତ ଦ୍ରୁତ ବୋଲର ଜସପ୍ରିତ ବୋମ୍ରା ଚମକିଛନ୍ତି। ଆଜି ସେ ଦକ୍ଷିଣଆଫ୍ରିକା ବିରୋଧରେ ଜବରଦସ୍ତ ବୋଲିଂ କରି ୫ଟି ମୂଲ୍ୟବାନ ୱିକେଟ୍‌ ନେଇଛନ୍ତି। ଯାହାଫଳରେ ଦକ୍ଷିଣଆଫ୍ରିକା ୧୯୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦ୍ୱିତୀୟ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍‌ ହରାଇ ୪୯ ରନ୍‌ କରିଛି। ଆଜି ଭାରତ ଭାରତ ୪୨ ରନ୍‌ର ଲିଡ୍‌ ନେଇଛି। ଭାରତର ୧୮୭ ରନ୍‌ର ଜବାବରେ ଦକ୍ଷିଣଆଫ୍ରିକା […]

jasprit bumra

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 10:25 PM IST

ଜୋହାନ୍ସବର୍ଗ: ଜୋହାନ୍ସବର୍ଗରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଭାରତ ଦ୍ରୁତ ବୋଲର ଜସପ୍ରିତ ବୋମ୍ରା ଚମକିଛନ୍ତି। ଆଜି ସେ ଦକ୍ଷିଣଆଫ୍ରିକା ବିରୋଧରେ ଜବରଦସ୍ତ ବୋଲିଂ କରି ୫ଟି ମୂଲ୍ୟବାନ ୱିକେଟ୍‌ ନେଇଛନ୍ତି। ଯାହାଫଳରେ ଦକ୍ଷିଣଆଫ୍ରିକା ୧୯୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦ୍ୱିତୀୟ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍‌ ହରାଇ ୪୯ ରନ୍‌ କରିଛି। ଆଜି ଭାରତ ଭାରତ ୪୨ ରନ୍‌ର ଲିଡ୍‌ ନେଇଛି।

ଭାରତର ୧୮୭ ରନ୍‌ର ଜବାବରେ ଦକ୍ଷିଣଆଫ୍ରିକା ସମସ୍ତ ୱିକେଟ୍‌ ହରାଇ ୧୯୪ ରନ୍‌ କରିଥିଲା। ଭାରତ ପକ୍ଷରୁ ଜସ୍‌ପ୍ରିତ ବୁମ୍ରା ୫ଟି, ଭୁବନେଶ୍ୱର କୁମାର ୩, ଇଶାନ୍ତ ଶର୍ମା ଓ ମହମ୍ମଦ ସାମୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଯାହାଫଳରେ ଦକ୍ଷିଣଆଫ୍ରିକା ୧୯୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୭ ରନ୍‌ର ଲିଡ୍‌ ନେଇଥିବା ଦକ୍ଷିଣଆଫ୍ରିକା ବିରୋଧରେ ଖେଳିବା ପାଇଁ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ଓପ୍ନର ପାର୍ଥିଭ ପଟେଲ ୧୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ମୂରଲୀ ବିଜୟ ୧୩ ଓ ଲୋକେଶ ରାହୁଲ ୧୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

Related story