ଇଡେନ୍‌ ଗାର୍ଡେନ ଟେଷ୍ଟ ପାଇଁ ଉଭୟ ଦଳ ପ୍ରସ୍ତୁତ: ବର୍ଷା ବନ୍ଦ ହେଲେ ଆରମ୍ଭ ହେବ ଖେଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ। ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ମ୍ୟାଚ୍। ଫର୍ମ ଓ ରେକର୍ଡ ଦୃଷ୍ଟିରୁ ଶ୍ରୀଲଙ୍କା ଭାରତଠାରୁ ଅନେକ ପଛରେ ଅଛି। ୩୫ ବର୍ଷର ଟେଷ୍ଟ ଇତିହାସରେ ଶ୍ରୀଲଙ୍କା ଭାରତରେ ୧୬ଟି ମ୍ୟାଚ ଖେଳିଥିଲେ ମଧ୍ୟ ଗୋଟିଏରେ ବି ବିଜୟ ଲାଭ କରିପାରିନି। ଏଥିସହ ନିକଟରେ ଭାରତ ଶ୍ରୀଲଙ୍କାକୁ ତା ନିଜ ମାଟିରେ ୩-୦ରେ ଟେଷ୍ଟ ସିରିଜ ପରାସ୍ତ କରିଥିଲା। ତେଣୁ ପୂର୍ବ ସଫଳତାକୁ ଦୋହରାଇବା […]

1510764790-kohlipunching

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 08:32 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ। ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ମ୍ୟାଚ୍। ଫର୍ମ ଓ ରେକର୍ଡ ଦୃଷ୍ଟିରୁ ଶ୍ରୀଲଙ୍କା ଭାରତଠାରୁ ଅନେକ ପଛରେ ଅଛି। ୩୫ ବର୍ଷର ଟେଷ୍ଟ ଇତିହାସରେ ଶ୍ରୀଲଙ୍କା ଭାରତରେ ୧୬ଟି ମ୍ୟାଚ ଖେଳିଥିଲେ ମଧ୍ୟ ଗୋଟିଏରେ ବି ବିଜୟ ଲାଭ କରିପାରିନି। ଏଥିସହ ନିକଟରେ ଭାରତ ଶ୍ରୀଲଙ୍କାକୁ ତା ନିଜ ମାଟିରେ ୩-୦ରେ ଟେଷ୍ଟ ସିରିଜ ପରାସ୍ତ କରିଥିଲା। ତେଣୁ ପୂର୍ବ ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ସ୍ଥାନ ନେବେ ଭୁବନେଶ୍ୱର କୁମାର। ଅଭିଜ୍ଞ ସ୍ପିନର ଅଶ୍ୱିନଙ୍କ ନିକଟରେ ମଧ୍ୟ ସବୁଠାରୁ ଦୃତ ୩୦୦ ଟେଷ୍ଟ ଓ୍ୱିକେଟ ନେବାର ସୁଯୋଗ ଅଛି। ତେଣୁ ମୋଟାମୋଟି ଶକ୍ତିଶାଳୀ ଭାରତକୁ ତା ନିଜ ମାଟିରେ ପରାସ୍ତ କରିବା ଶ୍ରୀଲଙ୍କ ପାଇଁ ସେତେଟା ସହଜ ହେବନି। ତେବେ ବର୍ଷା ମ୍ୟାଚରେ ବାଧକ ସାଜିପାରେ। ଗତକାଲି ବର୍ଷା ଯୋଗୁଁ ଉଭୟ ଦଳର ଖେଳାଳି ଅଭ୍ୟାସ କରିପାରି ନଥିଲେ। କନ୍ତୁ ବର୍ତ୍ତମାନ କୋଲକାତାରେ ବର୍ଷା ଲାଗିରହିଛି। ଯଦି ମ୍ୟାଚ୍ ଆରମ୍ଭ ହେବା ସମୟରେ ବର୍ଷା ଛାଡିଯାଏ ତେବେ ତୁରନ୍ତ ଖେଳ ଆରମ୍ଭ ହେବ ବୋଲି କୁହାଯାଇଛି। କାରଣ ବର୍ଷା କରାଣରୁ ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ଆବରଣ କରାଯାଇଛି। ଫଳରେ ବର୍ଷା ଛାଡିଲେ ମ୍ୟାଚ୍‌ ଖେଳା ଯାଇପାରିବ।

Related story