ଓଭାଲରେ ଜିତି ସେମିଫାଇନାଲ୍‌ ପାଇଁ ରାସ୍ତା ପକ୍କା କରିବା ଲକ୍ଷ୍ୟରେ ଭାରତ: ଶ୍ରୀଲଙ୍କା ପାଇଁ କର ବା ମର ପରିସ୍ଥିତି

ମୁମ୍ବାଇ: ଚାମ୍ପୟନ୍ସଟ୍ରଫିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆସନ୍ତାକାଲି ଶ୍ରୀଲଙ୍କାକୁ ଭେଟିବ ଭାରତ। କେନିଂଟନ୍‌ ଓଭାଲ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ ବିରେ ଏହି ଦୁଇଟି ଟିମ୍‌ ରହିଛି। ଯେଉଁଥିରେ ପ୍ରଥମ ମ୍ୟାଚ୍‌ ଭାରତ ପାକିସ୍ତାନ ଠାରୁ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବା ବେଳେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା।  ପ୍ରଥମ ମ୍ୟାଚ୍‌ ଭାରତ ପାକିସ୍ତାନକୁ ବଡ ବ୍ୟବଧାନରେ ପରାସ୍ତ କରିବା ପରେ ଟିମ୍‌ର ମନବଳ ବୃଦ୍ଧି ପାଇଛି। ଭାରତ ଏହି ମ୍ୟାଚ୍‌ ଜତି […]

07india

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 10:03 PM IST

ମୁମ୍ବାଇ: ଚାମ୍ପୟନ୍ସଟ୍ରଫିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆସନ୍ତାକାଲି ଶ୍ରୀଲଙ୍କାକୁ ଭେଟିବ ଭାରତ। କେନିଂଟନ୍‌ ଓଭାଲ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ ବିରେ ଏହି ଦୁଇଟି ଟିମ୍‌ ରହିଛି। ଯେଉଁଥିରେ ପ୍ରଥମ ମ୍ୟାଚ୍‌ ଭାରତ ପାକିସ୍ତାନ ଠାରୁ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବା ବେଳେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା।  ପ୍ରଥମ ମ୍ୟାଚ୍‌ ଭାରତ ପାକିସ୍ତାନକୁ ବଡ ବ୍ୟବଧାନରେ ପରାସ୍ତ କରିବା ପରେ ଟିମ୍‌ର ମନବଳ ବୃଦ୍ଧି ପାଇଛି। ଭାରତ ଏହି ମ୍ୟାଚ୍‌ ଜତି ସେମିଫାଇନାଲ ରାସ୍ତା ପକା କରିବାକୁ ଚେଷ୍ଟା କରିବ। ସେହିପରି ଶ୍ରୀଲଙ୍କା ଏହି ମ୍ୟାଚ୍‌ ଜିତି ପ୍ରତିଯୋଗିତାରେ ତିଷ୍ଟି ରହିବାକୁ ଜୋର ଦେବ। ଶ୍ରୀଲଙ୍କା ଏହି ମ୍ୟାଚ୍‌ରେ ଯଦି ହାରିଲା ତେବେ ପାଖାପାଖି ପ୍ରତିଯୋଗିତାରୁ ବାହର ହୋଇଯିବ।

Related story