ଦ୍ୱିତୀୟ ଦିନିକିଆ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ

ଧର୍ମଶାଳା: ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ। ମୋହାଲିରେ ଏହି ମ୍ୟାଚ୍‌ ହେବ। ଧର୍ମଶାଳାରେ ଶୋଚନୀୟ ପରାଜୟର ସାମ୍ନା କରିଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। ଭାରତ ଜିତିଲେ ସିରିଜକୁ କମ୍‌ ବ୍ୟାକ୍ କରିବ, ହାରିଲେ ସିରିଜ ଯିବ। ବିରାଟ କୋହଲି ନ ଥିବାରୁ ଦଳର ଭାର ରୋହିତ ଶର୍ମାଙ୍କ ଉପରେ ରହିଛି। ଟେଷ୍ଟ ସିରିଜ ପରାଜୟ ପରେ ଦିନିକିଆ ସିରିଜକୁ ଜିତି ଶ୍ରୀଲଙ୍କା ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ। […]

india

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 09:49 AM IST

ଧର୍ମଶାଳା: ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ। ମୋହାଲିରେ ଏହି ମ୍ୟାଚ୍‌ ହେବ। ଧର୍ମଶାଳାରେ ଶୋଚନୀୟ ପରାଜୟର ସାମ୍ନା କରିଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। ଭାରତ ଜିତିଲେ ସିରିଜକୁ କମ୍‌ ବ୍ୟାକ୍ କରିବ, ହାରିଲେ ସିରିଜ ଯିବ।

ବିରାଟ କୋହଲି ନ ଥିବାରୁ ଦଳର ଭାର ରୋହିତ ଶର୍ମାଙ୍କ ଉପରେ ରହିଛି। ଟେଷ୍ଟ ସିରିଜ ପରାଜୟ ପରେ ଦିନିକିଆ ସିରିଜକୁ ଜିତି ଶ୍ରୀଲଙ୍କା ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ। ମୋହାଲି ପିଚ୍ ସାଧାରଣତଃ ବ୍ୟାଟିଂ ଉପଯୋଗୀ ହୋଇଥିବାରୁ ଭାରତୀୟ ଟିମରେ ଅଧିକ ଜଣେ ବ୍ୟାଟ୍ସମ୍ୟାନଙ୍କୁ ସ୍ଥାନ ମିଳିପାରେ। ପ୍ରଥମ ଦିନିକିଆରୁ ବାଦ୍ ପଡିଥିବା ରାହାଣେଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି।

Related story