ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍‌

କଲୋମ୍ବୋ: ଆଜିଠାରୁ କଲୋମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍।  ଏଥିରେ ଶ୍ରୀଲଙ୍କା ଟିମ୍‌କୁ ପୁଣି ଥରେ ମାତ୍ ଦେବାକୁ ଚେଷ୍ଟା କରିବ ବିରାଟ ବାହିନୀ। କାରଣ ଗାଲେରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌କୁ ଜିତି ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ଅକ୍ତିଆର କରିବା ଲକ୍ଷ୍ୟ ନେଇ ଆଜି ଭାରତ ପଡ଼ିଆକୁ ଓହ୍ଲାଇବ। କଲୋମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୮ଟି ଟେଷ୍ଟ ମ୍ୟାଚ୍‌ […]

dhawan

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 08:02 AM IST

କଲୋମ୍ବୋ: ଆଜିଠାରୁ କଲୋମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍।  ଏଥିରେ ଶ୍ରୀଲଙ୍କା ଟିମ୍‌କୁ ପୁଣି ଥରେ ମାତ୍ ଦେବାକୁ ଚେଷ୍ଟା କରିବ ବିରାଟ ବାହିନୀ। କାରଣ ଗାଲେରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌କୁ ଜିତି ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ଅକ୍ତିଆର କରିବା ଲକ୍ଷ୍ୟ ନେଇ ଆଜି ଭାରତ ପଡ଼ିଆକୁ ଓହ୍ଲାଇବ।

କଲୋମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୮ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏଥିରୁ ୪ଟି ଡ୍ର’ ରହିଛି।  ଉଭୟେ ଦୁଇଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି।

ଆଜିର ମ୍ୟାଚ୍‌ର ଓପନର କେ.ଏଲ. ରାହୁଲ ଖେଳିବା ନିଶ୍ଚିତ ବୋଲି ସୂଚନା ଦେଇଛନ୍ତି ଅଧିନାୟକ ବିରାଟ କୋହଲି।  ତେଣୁ ଓପନର ଶିଖର ଧାୱନ କିମ୍ବା ଅଭିନବ ମୁକୁନ୍ଦଙ୍କ ମଧ୍ୟରୁ ଜଣେ ଦଳରୁ ବାଦ ପଡ଼ିବେ।  ଏ ପ୍ରସଙ୍ଗରେ କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି କୋହଲି କହିଛନ୍ତି। ଗତ ଦୁଇବର୍ଷ ଭିତରେ ରାହୁଲ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦଳରେ ନେବା ଉଚିତ ବୋଲି କୋହଲି ସୂଚନା ଦେଇଛନ୍ତି।  ଜ୍ୱରରେ ପୀଡ଼ିତ ଥିବାରୁ ଗାଲେରେ ହୋଇଥିବା  ପ୍ରଥମ ଟେଷ୍ଟରେ ରାହୁଲଙ୍କୁ ବିଶ୍ରାମ ଦିଆଯାଇଥିଲା।  କିନ୍ତୁ ତାଙ୍କ ଅନୁପସ୍ଥିତି ସତ୍ତ୍ୱେ ଟିମ୍‌ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି  ୩୦୪ରନ୍‌ର ବୃହତ ବିଜୟ ହାସଲ କରିଥିଲା।

Related story