ଶ୍ରୀଲଙ୍କାକୁ ୯-୦ରେ ମାତ୍‌ ଦେଇ ଅଷ୍ଟ୍ରେଲିଆ ସହ ସମକକ୍ଷ ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେଷ୍ଟ ଓ ଦିନିକିଆ ସିରିଜକୁ କବ୍‌ଜା ପରେ ଟି-ଟ୍ୱେଣ୍ଟିରେ ଆଜି ଶ୍ରୀଲଙ୍କାକୁ ଭେଟିବ ଟିମ୍‌ ଇଣ୍ଡିଆ। କଲମ୍ବୋ ଠାରେ ସନ୍ଧ୍ୟାରେ ଆଜି ଏହି ମ୍ୟାଚ୍‌ ଖେଳାଯିବ। ଟେଷ୍ଟରେ ୩ଟି ମ୍ୟାଚ୍‌ରୁ ୩ଟିରେ କ୍ଲିନ୍‌ ସୁଇପ୍‌ କରିବା ପରେ ଦିନିକିଆରେ ମଧ୍ୟ ୫ଟି ମ୍ୟାଚ୍‌ରୁ ୫ଟିରେ ଜିତି ଦୁଇଟି ସିରିଜକୁ କବ୍‌ଜା କରିବା ପରେ ଟିମ୍‌ ଇଣ୍ଡିଆର ଲକ୍ଷ୍ୟ ଏବେ ଟି-ଟ୍ୱେଣ୍ଟି ଉପରେ। ଏକମାତ୍ର ଟି-ଟ୍ୱେଣ୍ଟି ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚ୍‌କୁ ଜିତି ୯-୦ରେ […]

Rakesh Mallick
  • Published: Wednesday, 06 September 2017
  • , Updated: 06 September 2017, 05:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେଷ୍ଟ ଓ ଦିନିକିଆ ସିରିଜକୁ କବ୍‌ଜା ପରେ ଟି-ଟ୍ୱେଣ୍ଟିରେ ଆଜି ଶ୍ରୀଲଙ୍କାକୁ ଭେଟିବ ଟିମ୍‌ ଇଣ୍ଡିଆ। କଲମ୍ବୋ ଠାରେ ସନ୍ଧ୍ୟାରେ ଆଜି ଏହି ମ୍ୟାଚ୍‌ ଖେଳାଯିବ। ଟେଷ୍ଟରେ ୩ଟି ମ୍ୟାଚ୍‌ରୁ ୩ଟିରେ କ୍ଲିନ୍‌ ସୁଇପ୍‌ କରିବା ପରେ ଦିନିକିଆରେ ମଧ୍ୟ ୫ଟି ମ୍ୟାଚ୍‌ରୁ ୫ଟିରେ ଜିତି ଦୁଇଟି ସିରିଜକୁ କବ୍‌ଜା କରିବା ପରେ ଟିମ୍‌ ଇଣ୍ଡିଆର ଲକ୍ଷ୍ୟ ଏବେ ଟି-ଟ୍ୱେଣ୍ଟି ଉପରେ। ଏକମାତ୍ର ଟି-ଟ୍ୱେଣ୍ଟି ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚ୍‌କୁ ଜିତି ୯-୦ରେ କ୍ଲିନ୍‌ ସୁଇପ୍‌ କରିବାକୁ ଚାହିଁବ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ଏବେ ଯେଉଁଭଳି ଫର୍ମରେ ରହିଛି ତାହା ପାଇଁ ଶେଷ ଟି-ଟ୍ୱେଣ୍ଟି ଜିତିବା କଷ୍ଟକର ନ ହୋଇପାରେ। ଯଦି ଶ୍ରୀଲଙ୍କା ବିପକ୍ଷରେ ୯-୦ରେ କ୍ଲିନ୍‌ ସୁଇପ୍‌ କରୁଛି ତେବେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇପାରିବ। ୨୦୦୯-୧୦ ମସିହାରେ ଅଷ୍ଟ୍ରେଲିଆ, ପାକିସ୍ତାନ ବିପକ୍ଷରେ ୯-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଯେଉଁଥିରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-ଟ୍ୱେଣ୍ଟି ଖେଳାଯାଇଥିଲା। ୨୦୧୯ ବିଶ୍ୱକପ ପୂର୍ବରୁ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଅଧିକରୁ ଅଧିକ ଏକ୍ସପେରିମେଣ୍ଟ କରିବାକୁ ଚାହୁଁଛି। ଯେମିତିକି ଇଣ୍ଡିଆ ଗୋଟିଏ ଶକ୍ତିଶାଳୀ ଦଳ୍‌ ସହ ବିଶ୍ୱକପରେ ଅଂଶଗ୍ରହଣ କରିପାରିବ।

Related story