୨୮୭ରେ ଅଟକିଲା ଇଂଲଣ୍ଡ, ଭାରତର ବ୍ୟାଟିଂ ବପର୍ଯ୍ୟୟ

ଲଣ୍ଡନ: ବର୍ମିଂହାମର ଏଜବାଷ୍ଟନ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲେ ହେଁ ଭାରତୀୟ ବୋଲ୍‌ରଙ୍କ ଘାତକ ବୋଲିଂ ଆଗରେ  ତିଷ୍ଠି ନପାରି ଦଳ ମାତ୍ର ୨୮୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଭାରତ ତା’ର ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ବପିର୍ଯ୍ୟୟର ସମ୍ମୁଖୀନ ହୋଇଛି।  ଶେଷ ଖବର ସୁଦ୍ଧା ଦଳ ୭୧ ରନ୍‌ରେ ୩ଟି ୱିକେଟ୍‌ ହରାଇଛି।  ବିରାଟ କୋହଲି ୮ ରନ୍‌ ଓ ଅଜିଙ୍କ୍ୟ ରାହଣେ ୪ ରନ୍‌ […]

DjlySawW0AAjd7_

Ordigital Desk
  • Published: Thursday, 02 August 2018
  • , Updated: 02 August 2018, 05:36 PM IST

ଲଣ୍ଡନ: ବର୍ମିଂହାମର ଏଜବାଷ୍ଟନ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲେ ହେଁ ଭାରତୀୟ ବୋଲ୍‌ରଙ୍କ ଘାତକ ବୋଲିଂ ଆଗରେ  ତିଷ୍ଠି ନପାରି ଦଳ ମାତ୍ର ୨୮୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି।

ଅନ୍ୟପକ୍ଷରେ ଭାରତ ତା’ର ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ବପିର୍ଯ୍ୟୟର ସମ୍ମୁଖୀନ ହୋଇଛି।  ଶେଷ ଖବର ସୁଦ୍ଧା ଦଳ ୭୧ ରନ୍‌ରେ ୩ଟି ୱିକେଟ୍‌ ହରାଇଛି।  ବିରାଟ କୋହଲି ୮ ରନ୍‌ ଓ ଅଜିଙ୍କ୍ୟ ରାହଣେ ୪ ରନ୍‌ କରି ଅପରାଜିତ ଅଛନ୍ତି।

ଭାରତର ଦୁଇ ଓପନର୍‌ ମୁରଲୀ ବିଜୟ ଓ ଶିଖର ଧୱନ ଭଲ ଆରମ୍ଭ କରିଥିଲେ। ବିନା ୱିକେଟ୍‌ରେ ଦଳୀୟ ସ୍କୋର ୫୦ରେ ପହଞ୍ଚିଥିଲା।

ବ୍ୟକ୍ତିଗତ ୨୦ ରନ୍‌ କରି ମୁରଲୀ ବିଜୟ ଆଉଟ୍‌ ହେବା ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା।

ସାମ କ୍ୟୁରେନ୍‌ ବିଜୟଙ୍କୁ ଏଲବିଡବ୍ଲ୍ୟୁ କରି ଇଂଲଣ୍ଡକୁ ପ୍ରଥମେ  ସଫଳତା ଦେଇଥିଲେ।  ବିଜୟଙ୍କ ସ୍ଥାନରେ ଆସିଥିବା ଲୋକେଶ ରାହୁଲ ମାତ୍ର ୪ ରନ୍‌ କରି ସାମ୍‌ କ୍ୟୁରେନ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

ଏହାପରେ କ୍ୟୁରେନ୍‌ ଶିଖର ଧାୱନ୍‌ଙ୍କୁ ଆଉଟ୍‌ କରି ଭାରତକୁ ତୃତୀୟ ଝଟ୍‌କା ଦେଇଥିଲେ। ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ଧୱନ୍‌ ୨୬ ରନ୍‌ କରିଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ୱିକେଟ୍‌ରେ ୨୮୫ ରନ୍‌ କରିଥିଲା। ଆଜି ଆଉ ମାତ୍ର ୨ ରନ୍‌ ଯୋଡ଼ି ଇଂଲଣ୍ଡ ଅଲଆଉଟ୍‌ ହୋଇଯାଇଥିଲା। ମହମ୍ମଦ ସାମି ଭାରତକୁ ଏହି ସଫଳତା ଦେଇଥିଲା।

ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ୱିନ ୪ଟି, ମହମ୍ମଦ ସାମି ୩ଟି ଓ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

 

Related story