ଶେଷ ଟେଷ୍ଟ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ମୁମ୍ବାଇ: ଆସନ୍ତା ୧୨ ତାରିଖ ଶ୍ରୀଲଙ୍କା ସହ ଭାରତ ତାର ତୃତୀୟ ତଥା ସିରିଜର ଶେଷ ଟେଷ୍ଟ ଖେଳିବାକୁ ଯାଉଛି। ଭାରତର ଏହି ଟେଷ୍ଟକୁ ଜିତିବା ସହ ସିରିଜକୁ କ୍ଲିନ୍‌ ସୁଇପ୍ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ। ଅନ୍ୟପଟେ ଶ୍ରୀଲଙ୍କା ଏହି ଟେଷ୍ଟକୁ ଜିତି ନିଜର ସମ୍ମାନ ରଖିବାକୁ ଚେଷ୍ଟାକରିବ। ଯଦିଓ ଶ୍ରୀଲଙ୍କା ଟିମ୍‌ର ଏକାଧିକ ଖେଳାଳି ଆହତ ଥିବାରୁ ଟିମ୍‌ର ଚିନ୍ତା ବଢିଛି। ତଥାବି ଶେଷ ଟେଷ୍ଟ ପାଇଁ ପୁରା ଦମ ଲଗାଇବ ଶ୍ରୀଲଙ୍କା। ପ୍ରଥମ […]

virat-kohli-team

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 06:31 PM IST

ମୁମ୍ବାଇ: ଆସନ୍ତା ୧୨ ତାରିଖ ଶ୍ରୀଲଙ୍କା ସହ ଭାରତ ତାର ତୃତୀୟ ତଥା ସିରିଜର ଶେଷ ଟେଷ୍ଟ ଖେଳିବାକୁ ଯାଉଛି। ଭାରତର ଏହି ଟେଷ୍ଟକୁ ଜିତିବା ସହ ସିରିଜକୁ କ୍ଲିନ୍‌ ସୁଇପ୍ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ। ଅନ୍ୟପଟେ ଶ୍ରୀଲଙ୍କା ଏହି ଟେଷ୍ଟକୁ ଜିତି ନିଜର ସମ୍ମାନ ରଖିବାକୁ ଚେଷ୍ଟାକରିବ। ଯଦିଓ ଶ୍ରୀଲଙ୍କା ଟିମ୍‌ର ଏକାଧିକ ଖେଳାଳି ଆହତ ଥିବାରୁ ଟିମ୍‌ର ଚିନ୍ତା ବଢିଛି। ତଥାବି ଶେଷ ଟେଷ୍ଟ ପାଇଁ ପୁରା ଦମ ଲଗାଇବ ଶ୍ରୀଲଙ୍କା। ପ୍ରଥମ ଭାରତୀୟ ଅଧିନାୟକ ଭାବେ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଲଗାତର ପ୍ରଥମ ଇଂନିସରେ ୬୦୦ରନ ବା ଏହାଠୁ ଅଧିକ ରନ କରି ବିଜୟୀ ହେବାର ରେକର୍ଡ ହାତେଇଛି।

ଅନ୍ୟପଟେ ଜାଡେଜା ଗୋଟିଏ ଟେଷ୍ଟରୁ ବାସନ୍ଦ ହେବାପରେ ତାଙ୍କ ସ୍ଥାନରେ ଅକ୍ସର ପଟେଲଙ୍କୁ ସ୍ଥାନ ମିଲିଛି। ଶେଷ ଟେଷ୍ଟରେ ଅକ୍ସର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଖେଳିବା ପାଇଁ ସୁଯୋଗ ମିଳିବ।

Related story