ଅଷ୍ଟ୍ରେଲିଆ ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ଟି-ଟ୍ୱେଣ୍ଟିକୁ ଯୁବରାଜ, ନେହେରାଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ଅଷ୍ଟ୍ରେଲିଆ ଟୁର୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ଯୁବରାଜ ସିଂ ଏବଂ ଆଶିଷ ନେହେରା ଟି-ଟ୍ୱେଣ୍ଟିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ହରଭଜନ ସିଂ ଓ ମହମ୍ମଦ ସାମିଙ୍କୁ ମଧ୍ୟ ଟି-ଟ୍ୱେଣ୍ଟି ଦଳରେ ସାମିଲ କରାଯାଇଛି। ଭାରତ ଏହି ଟୁରରେ ଅଷ୍ଟ୍ରେଲିଆ ସହ ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଦିନିକିଆ ଦଳରେ ବୀରେନ୍ଦ୍ର ବଲବିରସିଂ ସ୍ରାନ୍ ଏବଂ ଟି-ଟ୍ୱେଣ୍ଟି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ନୂଆଁ ମୁହଁ ଭାବେ ସାମିଲ ହୋଇଛନ୍ତି। […]

Yuvi

Rakesh Mallick
  • Published: Saturday, 19 December 2015
  • , Updated: 20 December 2015, 03:30 AM IST

ମୁମ୍ବାଇ: ଅଷ୍ଟ୍ରେଲିଆ ଟୁର୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ଯୁବରାଜ ସିଂ ଏବଂ ଆଶିଷ ନେହେରା ଟି-ଟ୍ୱେଣ୍ଟିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ହରଭଜନ ସିଂ ଓ ମହମ୍ମଦ ସାମିଙ୍କୁ ମଧ୍ୟ ଟି-ଟ୍ୱେଣ୍ଟି ଦଳରେ ସାମିଲ କରାଯାଇଛି। ଭାରତ ଏହି ଟୁରରେ ଅଷ୍ଟ୍ରେଲିଆ ସହ ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଦିନିକିଆ ଦଳରେ ବୀରେନ୍ଦ୍ର ବଲବିରସିଂ ସ୍ରାନ୍ ଏବଂ ଟି-ଟ୍ୱେଣ୍ଟି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ନୂଆଁ ମୁହଁ ଭାବେ ସାମିଲ ହୋଇଛନ୍ତି।

ୱାନଡେ ଟିମ୍: ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହିଲ, ଆଜିଙ୍କ୍ୟ ରାହାଣେ, ମନିସ ପାଣ୍ଡେ, ଏମଏସ ଧୋନୀ (ଅଧିନାୟକ/ୱିକେଟ କିପର), ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଅକ୍ଷୟ ପଟେଲ, ଈଶାନ୍ତ ଶର୍ମା, ଉମେଶ ଯାଦବ, ଗୁରବୀରତ ସିଂହ ମନ୍, ରିଷି ଧାୱନ, ବୀରେନ୍ଦ୍ର ବଲବିରସିଂ ସ୍ରାନ୍।

ଟି-ଟ୍ୱେଣ୍ଟି ଟିମ୍: ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହିଲ, ଆଜିଙ୍କ ରାହାନେ, ଯୁବରାଜ ସିଂ, ଏମଏସ ଧୋନୀ (ଅଧିନାୟକ/ ୱିକେଟ କିପର), ସୁରେଶ ରାଇନା, ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ହରଭଜନ ସିଂ, ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଆଶିଷ ନେହେରା।

Related story