ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌

ଆଣ୍ଟିଗୁଆ: ଆସନ୍ତାକାଲି ସାର ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। ଏଥିପାଇଁ ଦଳ ଗତ ୬ ତାରିଖରୁ କାରିବୀୟ ଦେଶରେ ଡେରା ପକାଇଛି। ଟିମ୍‌ ଇଣ୍ଡିଆର ସଦ୍ୟ ନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେଙ୍କ ତତ୍ତ୍ୱାବଧାନରେ ଦଳ ସ୍ୱତନ୍ତ୍ର ରଣନୀତି ନେଇ ଆସନ୍ତାକାଲି ପଡିଆକୁ ଓହ୍ଲେଇବ। କୁମ୍ବଲେ ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ନୂଆ ଫଣ୍ଡା ଆପଣେଇଛନ୍ତି। ଏହାସହ ଯେଉଁମାନେ ପ୍ରାକ୍ଟିସ ପାଇଁ […]

India-Test

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 05:05 PM IST

ଆଣ୍ଟିଗୁଆ: ଆସନ୍ତାକାଲି ସାର ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। ଏଥିପାଇଁ ଦଳ ଗତ ୬ ତାରିଖରୁ କାରିବୀୟ ଦେଶରେ ଡେରା ପକାଇଛି।

ଟିମ୍‌ ଇଣ୍ଡିଆର ସଦ୍ୟ ନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେଙ୍କ ତତ୍ତ୍ୱାବଧାନରେ ଦଳ ସ୍ୱତନ୍ତ୍ର ରଣନୀତି ନେଇ ଆସନ୍ତାକାଲି ପଡିଆକୁ ଓହ୍ଲେଇବ। କୁମ୍ବଲେ ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ନୂଆ ଫଣ୍ଡା ଆପଣେଇଛନ୍ତି। ଏହାସହ ଯେଉଁମାନେ ପ୍ରାକ୍ଟିସ ପାଇଁ ଡେରିରେ ପହଞ୍ଚିବେ ସେମାନଙ୍କ ପାଇଁ ଦଣ୍ଡବିଧାନ କରିବା ସହ ନୈତିକତା ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଦଳ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୱେଷ୍ଟଇଣ୍ଡିଜ୍‌ରେ ସିରିଜ୍‌ ଜିତି ବିରାଟ କୋହଲି ହାଟ୍ରିକ୍‌ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୫-୧୬ରେ ଶ୍ରୀଲଙ୍କାକୁ ୨-୧ରେ ଓ ଦକ୍ଷିଣ ଆଫ୍ରିକାକୁ ୩-୦ରେ ହରାଇଛି ମେନ୍‌ ଇନ୍‌ ବ୍ଲ୍ୟୁ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମଧ୍ୟ ଦଳ ଜିତିବାକୁ ପୁରା ପ୍ରୟାସ କରିବ।

୨୦୦୭ ଓ ୨୦୧୧ରେ ଦିନିକିଆ ଅଧିନାୟକ ଏମ୍‌ଏସ୍‌ ଧୋନି ଓ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ହାଟ୍ରିକ୍‌ ଟେଷ୍ଟ ସରିଜି ଜିତି ବିରଳ ରେକର୍ଡ ହାସଲ କରିଛନ୍ତି।

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ପୂର୍ବରୁ ୨ଟି ଲେଖାଏଁ ୱାର୍ମଅପ୍‌ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ଉଭୟ ଦଳର ସ୍ପିନର ଓ ବ୍ୟାଟ୍ସମ୍ୟାନଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ମଧ୍ୟ କିଛି କମ୍ ନାହିଁ। ଗତ ୨ ବର୍ଷ ମଧ୍ୟରେ ୪ଟି ସିରିଜ୍‌ରୁ ଗୋଟିଏ ସରିଜ୍‌ ଡ୍ର ରଖିଥିବା ବେଳେ ୩ଟିରେ ଜିତିଛି ୱେଷ୍ଟଇଣ୍ଡିଜ। ୨୦୧୫ରେ ଦଳ ଇଂଲଣ୍ଡ ବିପକ୍ଷରେ ୱିସଡେନ୍‌ ସିରିଜ୍‌ରେ ୧-୧ରେ ଡ୍ର ରଖିଥିଲା। ୨୦୧୫-୧୬ ବର୍ଷରେ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ୨-୦ ମାର୍ଜିନ୍‌ରେ ଜିତିଥିଲା ୱେଷ୍ଟଇଣ୍ଡିଜ। ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୨-୦ରେ ଜିତିଛି। ତେଣୁ ଦଳର ମନୋବଳ ଦୃଢ ରହିଛି। ଘରୋଇ ପରିବେଶ ହୋଇଥିବାରୁ ଦଳକୁ ଏହା ସହାୟକ ହେବ।

Related story