ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜାପାନରେ ଚାଲିଥିବା ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ଭାରତ ଚମତ୍କାର ପ୍ରଦର୍ଶନ କରି ୪-୧ ଗୋଲରେ ଚୀନକୁ ହରାଇଛି। ଭାରତ ପକ୍ଷରୁ ଗୁରଜିତ କୌର, ନଭଜ୍ୟୋତ୍ କୌର, ନେହା ଗୋଏଲ ଓ ଅଧିନାୟକ ରାନି ରାମପାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମ୍ୟାଚ୍ର ୧୯ ମିନିଟରେ ଗୁରଜିତ କୌର ଗୋଲ ଦେଇଥିବା ବେଳେ ୩୨ ମିନିଟରେ ନଭଜ୍ୟୋତ୍ କୌର, ୪୯ ମିନିଟରେ ନେହା ଗୋଏଲ ଓ ୫୮ ମିନିଟରେ ରାନି ରାମପାଲ ଗୋଲ କରିଥିଲେ। ମ୍ୟାଚ୍ର ଆରମ୍ଭରୁ ହିଁ ଚୀନ ଉପରେ ଭାରତୀୟ ମହିଳା ଟିମ୍ ଭାରି ପଡିଥିଲା। ପ୍ରଥମରୁ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ୧୦-୦ ଗୋଲରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଆସନ୍ତାକାଲି ଶେଷ ଲିଗ ମ୍ୟାଚରେ ଭାରତ ମାଲେସିଆକୁ ଭେଟିବ।