ଜାପାନକୁ ୬-୧ରେ ହରାଇ ଜୁନିୟର ଏସିଆ କପ୍ ହକି ଫାଇନାଲରେ ଭାରତ

କୌଣ୍ଟନ (ମାଲେସିଆ): ମାଲେସିଆର ୱିସମା ବେଲିଆ ହକି ଷ୍ଟାଡିୟମରେ ଖେଳା ଯାଇଥିବା ଜୁନିୟର ଏସିଆ କପ୍ ହକି ସେମି ଫାଇନାଲରେ ଶକ୍ତିଶାଳୀ ଜାପାନକୁ ୬-୧ରେ ହରାଇ ଭାରତ ଫାଇନାଲରେ ପହଞ୍ଚିଛି। ଭାରତୀୟ ଖେଳାଳିଙ୍କ ଦଳଗତ ପ୍ରଦର୍ଶନ ଯୋଗୁଁ ଏହି ବିଜୟ ସମ୍ଭବ ହୋଇଥିଲା। ଚାମ୍ପିଅନ ହେବାକୁ ମାତ୍ର ଆଉ ଗୋଟିଏ ପାଦ ପଛରେ ରହିଛି ଭାରତ। ପ୍ରଥମରୁ ହିଁ ଭାରତୀୟ ଖେଳାଳି ଜାପାନ ଦଳ ଉପରେ ଭାରି ପଡିଥିଲା। ଖେଳ ଆରମ୍ଭ ହେବାର ୧୩ ମିନିଟ ମଧ୍ୟରେ […]

hockey-india-junior-asia-cup-new

Rakesh Mallick
  • Published: Saturday, 21 November 2015
  • , Updated: 23 November 2015, 03:42 AM IST

କୌଣ୍ଟନ (ମାଲେସିଆ): ମାଲେସିଆର ୱିସମା ବେଲିଆ ହକି ଷ୍ଟାଡିୟମରେ ଖେଳା ଯାଇଥିବା ଜୁନିୟର ଏସିଆ କପ୍ ହକି ସେମି ଫାଇନାଲରେ ଶକ୍ତିଶାଳୀ ଜାପାନକୁ ୬-୧ରେ ହରାଇ ଭାରତ ଫାଇନାଲରେ ପହଞ୍ଚିଛି। ଭାରତୀୟ ଖେଳାଳିଙ୍କ ଦଳଗତ ପ୍ରଦର୍ଶନ ଯୋଗୁଁ ଏହି ବିଜୟ ସମ୍ଭବ ହୋଇଥିଲା। ଚାମ୍ପିଅନ ହେବାକୁ ମାତ୍ର ଆଉ ଗୋଟିଏ ପାଦ ପଛରେ ରହିଛି ଭାରତ।

ପ୍ରଥମରୁ ହିଁ ଭାରତୀୟ ଖେଳାଳି ଜାପାନ ଦଳ ଉପରେ ଭାରି ପଡିଥିଲା। ଖେଳ ଆରମ୍ଭ ହେବାର ୧୩ ମିନିଟ ମଧ୍ୟରେ ମାନପ୍ରୀତ ସିଂହ ଲଗାତାର ଦୁଇଟି ଗୋଲ ଦେଇଥିଲେ। ୨୩ ଓ ୨୭ ମିନିଟରେ ଦଳର ହରମୋନପ୍ରୀତ ସିଂହ ଦୁଇଟି ଗୋଲ ଦେଇଥିଲେ। ୪୪ ମିନିଟରେ ଜାପାନ ପକ୍ଷରୁ ଏକମାତ୍ର ଗୋଲ କରାଯାଇଥିଲା। ଖେଳାର ଶେଷ ୪ ମିନିଟରେ ହରମୋନପ୍ରୀତ ଓ ବରୁଣ କୁମାର ଦୁଇଟି ଗୋଲ ଦେଇ ଭାରତର ବିଜୟ ସ୍କୋରକୁ ୬-୧କୁ ବଢାଇ ଦେଇଥିଲେ।

Related story