ଅଣ୍ଡର୍-୧୯ ଏସିଆ କପ୍: ଭାରତର କ୍ରମାଗତ ତୃତୀୟ ବିଜୟ

କଲମ୍ବୋ: ଚଳିତ ଅଣ୍ଡର୍-୧୯ ଏସିଆ କପରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ସୋମବାର ଭାରତ ତା’ର ତୃତୀୟ ମୁକାବିଲାରେ ଆଫଗାନିସ୍ତାନକୁ ୩ ୱିକେଟରେ ପରାସ୍ତ କରିଛି। କଲମ୍ବୋ କ୍ରିକେଟ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ଏବଂ ୪୦.୧ ଓଭରରେ ୧୨୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ […]

india-u-19

india-u-19

Ranjit Kumar Jena
  • Published: Monday, 09 September 2019
  • Updated: 09 September 2019, 05:59 PM IST

Sports

Latest News

କଲମ୍ବୋ: ଚଳିତ ଅଣ୍ଡର୍-୧୯ ଏସିଆ କପରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ସୋମବାର ଭାରତ ତା'ର ତୃତୀୟ ମୁକାବିଲାରେ ଆଫଗାନିସ୍ତାନକୁ ୩ ୱିକେଟରେ ପରାସ୍ତ କରିଛି। କଲମ୍ବୋ କ୍ରିକେଟ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଆଫଗାନିସ୍ତାନ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ଏବଂ ୪୦.୧ ଓଭରରେ ୧୨୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅବିଦୁଲ୍ଲା ତାନିୱାଲ୍ ସର୍ବାଧିକ ୩୯ ରନ୍ କରିଥିବା ବେଳେ କ୍ୟାପଟେନ୍ ଫରହାନ୍ ଜାଖିଲ ୨୯, ସେଦିକୁଲ୍ଲା ଅତଲ ୨୫ ଓ ମହମ୍ମଦ ଇଶାକ୍ ୧୪ ରନ୍ କରିଥିବା ବେଳେ ବାକି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ।

ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ୨୦ ରନ୍ ଦେଇ ୫ଟି ଓ ଅଥର୍ବ ଅଙ୍କୋଲେକର୍ ୧୬ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ। ଏହି ସହଜ ଲକ୍ଷ୍ୟର ପିଛା କରିବା ଭାରତ ପକ୍ଷେ କଷ୍ଟକର ହୋଇଥିଲା। ତେବେ କଷ୍ଟେ ମଷ୍ଟେ ଭାରତ ୩୮.୪ ଓଭରରେ ୭ ୱିକେଟ୍ ହରାଇ ୧୨୮ ରନ୍ କରି ମ୍ୟାଚକୁ ଜିତି ନେଇଥିଲା।

ଭାରତ ପକ୍ଷରୁ ସଲିଲ ଅରୋରା ୨୯, ଶାଶ୍ୱତ ରାୱତ୍ ୨୯, ଅର୍ଜୁନ ଆଜାଦ ୨୧ ରନ୍ କରି ଆଉଟ୍ ହୋଇଥିବା ବେଳେ କରନ୍ ଲାଲ୍ ୧୩ ଓ ପୂର୍ଣ୍ଣାଙ୍କ ତ୍ୟାଗି ୧୧ ରନ୍ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ପକ୍ଷରୁ ନୂର୍ ଅହମ୍ମଦ ୪ଟି ଓ ଶାଫିକୁଲ୍ଲା ଗଫାରୀ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos