ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିଲା ଭାରତ

ହୋଭ୍: ଇଂଲଣ୍ଡରେ ଚାଲିଥିବା ଅଣ୍ଡର୍-୧୯ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ୬ ୱିକେଟରେ ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ଅଣ୍ଡର୍-୧୯ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ଅଣ୍ଡର୍-୧୯ ଟିମ୍ ୪୮.୪ ଓଭରରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ବିଜୟୀ ହୋଇଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର […]

youth-india

Ranjit Kumar Jena
  • Published: Monday, 12 August 2019
  • , Updated: 12 August 2019, 08:27 PM IST

ହୋଭ୍: ଇଂଲଣ୍ଡରେ ଚାଲିଥିବା ଅଣ୍ଡର୍-୧୯ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ୬ ୱିକେଟରେ ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ଅଣ୍ଡର୍-୧୯ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ଅଣ୍ଡର୍-୧୯ ଟିମ୍ ୪୮.୪ ଓଭରରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ବିଜୟୀ ହୋଇଥିଲା।

ଏହି ଲକ୍ଷ୍ୟର ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର ଯଶସ୍ୱୀ ଜୈସୱାଲ୍ ଓ ଦିବ୍ୟାଂଶ ସାକ୍ସେନା ପ୍ରଥମ ୱିକେଟ୍ ପାଇଁ ଶତକୀୟ (୧୦୪) ଭାଗୀଦାରୀ କରିଥିଲେ। ତେବେ ଦୁହେଁ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ସାକ୍ସେନା ୬୫ ବଲରେ ୫ ଚୌକା ସହ ୫୫ ଏବଂ ଜୈସୱାଲ୍ ୭୨ ବଲରେ ୬ ଚୌକା ସହ ୫୦ ରନ୍ କରି ଆଉଟ୍ ହୋଇଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରଜେ୍ଞଶ ଦୁର୍ଗେଶ୍ କାନପିଲ୍ଲେୱର ୨ ରନ୍ କରି ଆଉଟ୍ ହୋଇଥିଲେ। ୨୨ ରନ୍ ଭିତରେ ୩ ୱିକେଟ୍ ହରାଇ ଭାରତ ବିପଦରେ ପଡ଼ିଥିଲା। ତେବେ ଏହି ସମୟରେ କ୍ୟାପଟେନ୍ ପ୍ରିୟମ୍ ଗାର୍ଗ ଓ ଧ୍ରୁବ ଜୁରେଲ୍ ଆଉ ଏକ ଶତକୀୟ ଭାଗୀଦାରୀ କରି ଭାରତକୁ ବିଜୟୀ ନିକଟତର କରାଇଥିଲେ। ଗାର୍ଗ ଦମଦାର ବ୍ୟାଟିଂ କରି ସର୍ବାଧିକ ୭୩ (୬୬ ବଲ୍, ୪ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଜୁରେଲ୍ ଓ ତିଲକ ବର୍ମା ଅପରାଜିତ ରହି ଭାରତକୁ ଜିତାଇଥିଲେ। ଜୁରେଲ୍ ୫୯ (୭୩ ବଲ୍, ୪ ଚୌକା, ୧ ଛକା) ଓ ତିଲକ ୧୬ (୧୦ ବଲ୍, ୩ ଚୌକା) ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ରକିବୁଲ୍ ହାସନ୍ ୨ଟି ୱିକେଟ୍ ନେଇଥିଲେ।

ସେହିପରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପକ୍ଷରୁ ମହମଦୁଲ୍ ହାସନ୍ ଜୟ ଆକର୍ଷଣୀୟ ଶତକ ମାରିଥିଲେ। ସେ ୧୩୪ ବଲରେ ୧୦୯ ରନ୍ କରିଥିଲେ, ଯେଉଁଥିରେ ୯ ଚୌକା ଓ ୧ ଛକା ସାମିଲ୍ ଥିଲା। ଏହାଛଡ଼ା ପରଭେଜ୍ ହୋସେନ୍ ଏମନ୍ ୬୦ (୬୪ ବଲ୍, ୭ ଚୌକା, ୩ ଛକା), ଶାମିମ୍ ହୋସେନ୍ ୩୨ ଓ ତନଜିତ୍ ହାସନ୍ ୨୬ ରନ୍ କରିଥିଲେ। ତେବେ ଟିମର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗି ଓ ସୁଶାନ୍ତ ମିଶ୍ର ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story