ୟୁଥ୍ ଦିନିକିଆ: ପ୍ରଥମ ମ୍ୟାଚରେ ଭାରତ ବିଜୟୀ

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଅଣ୍ଡର୍‌-୧୯ ଟିମ୍ ଶୁକ୍ରବାର ତା’ର ପ୍ରଥମ ମ୍ୟାଚରେ ଆୟୋଜକ ଦଳକୁ ୬୬ ରନରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତୀୟ ୟୁଥ୍ ଟିମ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଥିଲା। ଆଜି ଖେଳାଯାଇଥିବା ଏହି ମ୍ୟାଚରେ କ୍ୟାପଟେନ୍ ପ୍ରିୟମ ଗର୍ଗଙ୍କ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୬୪ ରନ୍ କରିଥିଲା। ଟିମ୍ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରିୟମ […]

priyam

Ranjit Kumar Jena
  • Published: Friday, 03 January 2020
  • , Updated: 03 January 2020, 10:18 PM IST

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଅଣ୍ଡର୍‌-୧୯ ଟିମ୍ ଶୁକ୍ରବାର ତା'ର ପ୍ରଥମ ମ୍ୟାଚରେ ଆୟୋଜକ ଦଳକୁ ୬୬ ରନରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତୀୟ ୟୁଥ୍ ଟିମ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଥିଲା। ଆଜି ଖେଳାଯାଇଥିବା ଏହି ମ୍ୟାଚରେ କ୍ୟାପଟେନ୍ ପ୍ରିୟମ ଗର୍ଗଙ୍କ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୬୪ ରନ୍ କରିଥିଲା।

ଟିମ୍ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରିୟମ ସର୍ବାଧିକ ୧୧୦ (୧୦୩ ବଲ୍‌, ୯ ଚୌକା, ୨ ଛକା) ରନ୍ କରିଥିଲେ। ସେ ତୃତୀୟ ୱିକେଟ୍ ପାଇଁ ତିଳକ ବର୍ମା (୪୨)ଙ୍କ ସହ ୯୧ ରନ୍ ଏବଂ ଧ୍ରୁବ ଜୁରେଲଙ୍କ ସହ ୧୦୪ ରନର ଶତକୀୟ ଭାଗୀଦାରୀ କରିଥିଲେ। ଜୁରେଲ୍ ୭୪ ବଲରେ ୨ ଚୌକା ଓ ୨ ଛକା ସହ ୬୫ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସୱାଲ୍ ୧୩, ଦିବ୍ୟାଂଶ ସାକ୍ସେନା ୭, ଶାଶ୍ୱତ ରାୱତ୍ ଅପରାଜିତ ୧୪ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ମୋଣ୍ଡଲୀ ଖୁମାଲୋ ୫୩ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ୨୬୫ ରନର ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ ୱିକେଟ୍ ହରାଇ ୧୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଘରୋଇ ଦଳ ପକ୍ଷରୁ କ୍ୟାପଟେନ୍ ବ୍ରାଇସ୍ ପାର୍ସନ୍ସ ସର୍ବାଧିକ ୫୭ (୫୦ ବଲ୍‌, ୮ ଚୌକା, ୧ ଛକା) ରନ୍ କରିଥିବା ବେଳେ ଆଣ୍ଡ୍ର୍ୟୁ ଲୁ' ୪୫, ଜୋନାଥନ୍ ବାର୍ଡ ୨୨, ଲିଭର୍ଟ ମାଞ୍ଜେ ୧୩ ଓ ଖାନ୍ୟା କୋଟାନୀ ୧୩ ରନ୍ କରିଥିଲେ। ଭାରତର ସଫଳ ବୋଲର ଭାବେ ସୁଶାନ୍ତ ମିଶ୍ର ୪୮ ରନ୍ ଦେଇ ୪ଟି ଓ ରବି ବିଷ୍ଣୋଇ ୨ଟି ୱିକେଟ୍ ହାସଲ କରିଥିଲେ। ରବିବାର ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ଜିମ୍ବାୱେକୁ ଏବଂ ୭ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

Related story