ଯୁବ ଚତୁଃରାଷ୍ଟ୍ରୀୟ ସିରିଜ୍‌: ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌

ଡର୍ବାନ୍‌: ଏଠାରେ ଚାଲିଥିବା ଯୁବ ଚତୁଃରାଷ୍ଟ୍ରୀୟ ସିରିଜର ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରବେଶ କରିଛନ୍ତି। ମଙ୍ଗଳବାର ଭାରତ ଅଣ୍ଡର୍‌-୧୯ ଟିମ୍ ତା’ର ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଅଣ୍ଡର୍‌-୧୯ ଟିମକୁ ୧୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୨ ରନ୍ କରିଥିଲା। ଦଳ ପକ୍ଷରୁ ସିଦ୍ଦେଶ ବୀର ସର୍ବାଧିକ ୭୧ (୮୭ ବଲ୍‌, ୬ ଚୌକା, ୨ ଛକା) ରନ୍ […]

india-u-19

Ranjit Kumar Jena
  • Published: Tuesday, 07 January 2020
  • , Updated: 07 January 2020, 09:42 PM IST

ଡର୍ବାନ୍‌: ଏଠାରେ ଚାଲିଥିବା ଯୁବ ଚତୁଃରାଷ୍ଟ୍ରୀୟ ସିରିଜର ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରବେଶ କରିଛନ୍ତି। ମଙ୍ଗଳବାର ଭାରତ ଅଣ୍ଡର୍‌-୧୯ ଟିମ୍ ତା'ର ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଅଣ୍ଡର୍‌-୧୯ ଟିମକୁ ୧୨୦ ରନରେ ପରାସ୍ତ କରିଛି।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୨ ରନ୍ କରିଥିଲା। ଦଳ ପକ୍ଷରୁ ସିଦ୍ଦେଶ ବୀର ସର୍ବାଧିକ ୭୧ (୮୭ ବଲ୍‌, ୬ ଚୌକା, ୨ ଛକା) ରନ୍ କରିଥିବା ବେଳେ ତିଳକ ବର୍ମା ୫୯ (୭୭ ବଲ୍‌, ୮ ଚୌକା, ୧ ଛକା), ଶାଶ୍ୱତ ରାୱତ୍ ୩୯ (୩୪ ବଲ୍‌, ୨ ଚୌକା, ୧ ଛକା), ପ୍ରିୟମ ଗର୍ଗ ୧୯ ଓ ଶୁଭାଙ୍ଗ ହେଗଡେ ଅପରାଜିତ ୨୬ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଅଣ୍ଡର୍‌-୧୯ ଟିମ୍ ପକ୍ଷରୁ ବେକହାମ୍ ହ୍ୱିଲର-ଗ୍ରୀନାଲ୍‌, ଆଦିତ୍ୟ ଅଶୋକ ଓ କ୍ୟାପଟେନ୍ ଜେସି ତାଶକଫ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

୨୫୩ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଅଣ୍ଡର୍‌-୧୯ ଟିମ୍ ୩୫.୩ ଓଭରରେ ୧୩୨ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ହ୍ୱିଲର-ଗ୍ରୀନାଲ୍ ସର୍ବାଧିକ ୫୦ ଓ ତାଶକଫ୍ ୨୯ ରନ୍ କରିଥିଲେ। ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ଓ ଅଥର୍ବ ଅଙ୍କୋଲେକର ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ସେହିପରି ବିଦ୍ୟାଧର ପାଟିଲ୍ ୨ଟି, ସିଟିଏଲ୍ ରକଶନ୍ ଓ ହେଗଡେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story